ନୂଆଦିଲ୍ଲୀ: ବର୍ଷ ଆରମ୍ଭରୁ ବୋହିଲା ରକ୍ତର ନଦୀ । ଥମିବାର ନାଁ ନେଉ ନାହିଁ ଯୁଦ୍ଧ । ଉତ୍ତର ଗାଜା ଜବଲିଆରେ ଘନଘନ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ନୂଆବର୍ଷ ପାଇଁ ଚାରିଆଡେ ଚାଲଥିଲା ସେଲିବ୍ରେସନ୍ । ଆଉ ତା’ର ସୁଯୋଗ ନେଇ ଘନଘନ ଆକ୍ରମଣ କରିଛି ଇସ୍ରାଏଲ୍ । ଇସ୍ରାଏଲ୍ର ଏୟାର ଷ୍ଟ୍ରାଇକରେ ୨୮ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁସାରେ, ନୂଆବର୍ଷ ଆରମ୍ଭରୁ ଗାଜା ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ୍ ସେନା । ଏଥିରେ ୨୮ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଅଛନ୍ତି । ପାଲେଷ୍ଟାଇନ୍ ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନୂଆବର୍ଷ ସେଲିବ୍ରେସନ ଚାଲିଥିବା ବେଳେ ସାଧାରଣ ଜନତାଙ୍କୁ ଟାର୍ଗେଟ କରି ଗନ ଘନ ଆକ୍ରମଣ କରିଛି ଇସ୍ରାଏଲ । ଗାଜା ସରକାର ଏହି ଆକ୍ରମଣକୁ କଡା ନିନ୍ଦା କରିଛନ୍ତି । ଶିଶୁ ଓ ମହିଳାଙ୍କ ସମେତ ସାଧାରଣ ନାଗରିକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କରାଯାଉଛି ବୋଲି ଅଭିଯୋଗ କରିଛି।
ସୂଚନାଯୋଗ୍ୟ, ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଗାଜା ଉପରେ ଆକ୍ରମଣ କରିଥିଲା ଆଇଡିଏଫ୍ । ଯୁଦ୍ଧରେ ଏ ପର୍ଯ୍ୟନ୍ତ ୪୫ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୩ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି ।
Comments are closed.