ମସ୍କୋ: ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡୋଲଫ ହିଟଲରଙ୍କୁ କିଏ ବା ନ ଜାଣେ । ବର୍ତମାନ ସେ ଲୁଚାଇ ରଖିଥିବା ୨୮ ଟନ ସୁନା ନେଇ ଆଲୋଚନା ଜୋର ଧରିଛି । ସେ ସମୟର ଜଣେ ସୈନିକଙ୍କ ଡାଏରୀରୁ ଏହି ତଥ୍ୟ ମିଳିଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟଲର ତଥା ଜର୍ମାନୀର ସୈନିକମାନେ ରୁଷ ସେନା କବଳରୁ ଏହି ସୁନା ଲୁଚାଇ ରଖିବାକୁ ଚାହୁଥିଲେ ।
ଶେଷରେ ସେମାନେ କିଛି ଉପାୟ ନ ପାଇ ପୋଲାଣ୍ଡର ହଚବର୍ଗ ରାଜଉଆସର ଏକ କୂଅ ଭିତରେ ଏହି ସୁନା ପୋତି ଦେଇଥିଲେ । ୨୦୦ ଫୁଟ ତଳେ ଛଡ, ମୁଦ୍ରା ଓ ଅଳଙ୍କାର ଆକାରରେ ଏହି ସୁନା ରଖାଯାଇଛି ।
ଗବେଷକମାନେ ପୋଲାଣ୍ଡ ସରକାରଙ୍କୁ ଏହି ସୁନାର ସତ୍ୟତା ସମ୍ପର୍କରେ ଜାଣିବା ସମସ୍ତ ପ୍ରକାର ଅନୁମତି ମାଗିଛନ୍ତି ।୧୯୪୫ରେ ରୁଷ ସେନା କବଳରୁ ନିଜକୁ ବଂଚାଇବା ପାଇଁ ସ୍ଥାନୀୟ ଧନୀ ଲୋକମାନେ ଏହି ସୁନା ଦେଇଥିଲେ ।ବର୍ତମାନ ଏହାର ମୂଲ୍ୟ ୧.୨୫ ବିଲିୟନ ୟୁରୋରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି ।
Comments are closed.