Latest Odisha News

BREAKING NEWS

କରୋନା ଲକ୍ଷଣ ଦେଖାଯିବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

ନୂଆଦିଲ୍ଲୀ : ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନିକଟରେ କୋଭିଡ୧୯ ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସେ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ସମ୍ବିତ ପାତ୍ର ଜାତୀୟ ସ୍ତରରେ ବିଜେପିର ମୁଖପାତ୍ର ଭାବରେ ବିଭିନ୍ନ ଟିଭି ଚ୍ୟାନେଲରେ ଦଳର ପକ୍ଷ ରଖିଥାନ୍ତି । ସୋସିଆଲ ମିଡିଆରେ ମଧ୍ୟ ସେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜ ମତ ଉପସ୍ଥାପନ କରି ସର୍ବଦା ଚଳଚଞ୍ଚଳ ରହିଥାନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଲୋକସଭା ନିର୍ବାଚନରେ ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ଲଢି ବିଜେଡିର ପିନାକୀ ମିଶ୍ରଙ୍କୁ କଡା ଟକ୍କର ଦେବା ସହିତ ପ୍ରାୟ ୧୧ ହଜାର ଭୋଟରେ ପରାସ୍ତ ହୋଇଥିଲେ ।

ଦେଶରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ କଂଗ୍ରେସର ମୁଖପାତ୍ର ସଂଜୟ ଝା ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପିଡବ୍ଲ୍ୟୁଡି ବିଭାଗର ମନ୍ତ୍ରୀ ଅଶୋକ ଚଭନ ଓ ମହାରାଷ୍ଟ୍ରର ଗୃହ ନିର୍ମାଣ ମନ୍ତ୍ରୀ ଜିତେନ୍ଦ୍ର ଅୱଦ ରହିଛନ୍ତି ।

Leave A Reply

Your email address will not be published.