Latest Odisha News

BREAKING NEWS

୪୯ କରୋନା ଯୋଦ୍ଧାଙ୍କ ସହ ଗଞ୍ଜାମରେ ସର୍ବାଧିକ ୨୮୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।

ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୯ ଜଣ କରୋନା ଯୋଦ୍ଧା ରହିଛନ୍ତି । ସେମାନଙ୍କ ମଧ୍ୟରେ ଆସ୍କା (୪), ବେଲଗୁଣ୍ଠା(୫), ବିଇଏମସି(୧୪), ଭଞ୍ଜନଗର (୧୩), ବୁଗୁଡା (୧), ଛତ୍ରପୁର (୧), ହିଞ୍ଜିଳିକାଟୁ (୧), କେ.ଏସ୍ ନଗର(୧), ପୋଲସରା (୪), ପୁରୁଷୋତ୍ତମପୁର (୧), ସାନଖେମୁଣ୍ଡି (୧), ଶେରଗଡ (୧), ସୋରଡାରୁ ୨ ଜଣ ରହିଛନ୍ତି ।

ସେହିପରି ସୁରଟ, ଦିଲ୍ଲୀ, ହାଇଦ୍ରାବାଦ, କେରଳ, ମୁମ୍ବାଇ, ତାମିଲନାଡୁ, ବେଙ୍ଗାଲୁରୁ, ଚେନ୍ନାଇ ଓ ବିଶାଖାପଟନମ୍ ଫେରନ୍ତା ୧୮ ଜଣ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ବେଳେ ଆଉ ୨୧୭ ଜଣଙ୍କର ଆକ୍ଟିଭ କଣ୍ଟାକ୍ଟ ପଜିଟିଭ କେସ୍ ରହିଛି ।

ଅପରପକ୍ଷରେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୦ ରହିଛି । ସେଥିମଧ୍ୟରେ ୭୪୪ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୦୯୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୧୬ ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.