ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସଂକ୍ରମଣ ସବୁ ରେକର୍ଡକୁ ପାର କରିଛି । ଗତ ମାର୍ଚ୍ଚ ମାସରେ ପ୍ରଥମ ପଜିଟିଭ୍ କେସ୍ ବାହାରିଥିଲା । ମାର୍ଚ୍ଚରେ ସଂକ୍ରମିତଙ୍କ ସଂଖ୍ୟା ଥିଲା ମାତ୍ର ୪ । ଏହି ପାଞ୍ଚ ମାସ ଭିତରେ ସଂଖ୍ୟା ୮ ହଜାର ୧୦୬ ଛୁଇଁଛି । ରାଜ୍ୟର କରୋନା ଗ୍ରାଫ ଦର୍ଶାଉଛି ଜୁନ୍ ମାସରେ ଅଧିକ ପଜିଟିଭ୍ ବାହାରିଛନ୍ତି ।
ଜୁନରେ ଅଧିକ ସଂକ୍ରମଣ

ଜୁନ୍ ୨ ତାରିଖରୁ ଆଜି ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫ ହଜାର ୭୧୮ ନୂଆ ଆକ୍ରାନ୍ତ । ଜୁନ୍ ୨ ତାରିଖରେ ପଜିଟିଭ୍ ସଂଖ୍ୟା ଥିଲା ୨ ହଜାର ୩୮୮ । ଆକ୍ଟିଭ୍ କେସ୍ ରହିଥିଲା ୧୦୫୪ । ୭ ଜଣଙ୍କର ଜୀବନ ନେଇଥଲା କରୋନା । ଗତକାଲି ସୁଦ୍ଧା ରାଜ୍ୟେର ପଜିଟିଭ୍ କେସ୍ ୮ ହଜାର ୧୦୬ । ଅର୍ଥାତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଯେତିକି ସଂକ୍ରମିତ ତାର ୭୦ ପ୍ରତିଶତ କେବଳ ଜୁନ୍ ୨ରୁ ଆଜି ଭିତରେ ବାହାରିଛନ୍ତି । ଦୈନିକ ହାରାହାରି ସାମନାକୁ ଆସିଛି ୧୮୪ ପଜିଟିଭ୍ କେସ୍ ।
ଜୁନ୍ ମାସରେ ୧୮ ମୃତ

ସେହିପରି ଜୁନ ଦୁଇ ତାରିଖରୁ ଆଜି ଭିତରେ ଅଧିକ ଲୋକଙ୍କ ଜୀବନ ବି ନେଇଛି ପ୍ରାଣଘାତୀ ଭାଇରସ୍ । ରାଜ୍ୟରେ ମୋଟ୍ କରୋନା ମୃତ୍ୟ ସଂଖ୍ୟା ୨୯ । କେବଳ ଜୁନ୍ ମାସରେ ୧୮ ଜଣଙ୍କର ମୁଣ୍ଡ ନେଇଥିଲା କରୋନା । ଜୁଲାଇରେ ଆଜି ସୁଦ୍ଧା ୪ ଜଣ ପ୍ରାଣ ହରାଇଛନ୍ତି । ଗତ ୩୧ ଦିନ ଭିତରେ ୨୨ ଜଣ ମୃତ୍ୟବରଣ କଲେଣି । ମୃତକଙ୍କ ଭିତରେ ଗଞ୍ଜାମରୁ ୧୭, ଖୋର୍ଦ୍ଧାରୁ ୫, କଟକ ୪ ଜଣ ଥିବା ବେଳେ ଅନୁଗୁଳ, ବରଗଡ଼ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ କରୋନା ରୋଗୀଙ୍କ ଜୀବନ ଯାଇଛି ।
ଚିନ୍ତା ବଢ଼ାଇଛନ୍ତି ୫ ଜିଲା

ରାଜ୍ୟରେ ଯେତିକି କରୋନା ସଂକ୍ରମିତ ତାର ଅଧାରୁ ଅଧିକ କେବଳ ୫ ଜିଲ୍ଲାରୁ ଅଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ(୧୮୫୦), ଖୋର୍ଦ୍ଧା(୮୯୪), କଟକ(୭୦୨), ଯାଜପୁର(୫୪୦) ଓ ଗଜପତି(୪୪୨)। ଏସବୁ ଜିଲ୍ଲାର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୪୨୮ । ଅର୍ଥାତ ମୋଟ୍ ପଜିଟିଭ କେସର ୫୪ ପ୍ରତିଶତ । ସେହିପରି କରୋନା ଆକ୍ଟିଭ୍ କେସ ତାଲିକାରେ ବି ଟପ୍ ପୋଜିସନରେ ଅଛନ୍ତି ଏହି ପାଞ୍ଚ ଜିଲ୍ଲା । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଯାଜପୁର ଓ କଟକରେ ମୋଟ୍ ୧୫ ଶହ ୫୬ଟି ଆକ୍ଟିଭ୍ କେସ୍ ରହିଛି । ରଜ୍ୟର ଆକ୍ଟିଭ୍ କେସର ୬୦ ପ୍ରତିଶତ କେବଳ ୫ ଜିଲ୍ଲାର ଅଛନ୍ତି ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.