Latest Odisha News

BREAKING NEWS

ଜାତୀୟ ଉସୁ ଚାମ୍ପିୟନସିପ୍: ଅନୁଗୁଳର ଦିବ୍ୟମୋହନଙ୍କୁ ରୌପ୍ୟ ପଦକ

ଅନୁଗୁଳ: ଡିସେମ୍ବର ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜମ୍ମୁର ଏମ୍‌ଏ ଷ୍ଟାଡ଼ିୟମର ନ୍ୟୁ ଇନ୍‌ଡ଼ୋର ହଲ ଠାରେ ଅନୁଷ୍ଠିତ ହୋଇଥିଲା ‘୨୮ ତମ ସିନିୟର ଜାତୀୟ ଉସୁ ଚାମ୍ପିୟନସିପ୍‌ ୨୦୧୯’ । ଏଥିରେ ଅନୁଗୁଳ ଜିଲ୍ଲାର ଦିବ୍ୟମୋହନ ପ୍ରଧାନଙ୍କୁ ରୌପ୍ୟ ମିଳିଥିବା ସୂଚନା ମିଳିଛି ।

ଦିବ୍ୟମୋହନଙ୍କ ଘର ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ତେଲିସିଁହା ଗ୍ରାମରେ । ଜମ୍ମୁଠାରେ ଅନୁଷ୍ଠିତ ହୋଇଥିବା ଏହି ଉସୁ ଚାମ୍ପିୟନସିପ୍‌ରେ ଓଡ଼ିଶାରୁ ୧୮ ଜଣ ଖେଳାଳୀ ଅଂଶ ଗ୍ରହଣ କରିଥଲେ ।

ଦିବ୍ୟମୋହନ ସିଂ ୟେ କ୍ବାନ୍‌ ଇଭେଣ୍ଟରେ ଦେଶର ଅନ୍ୟ ୩୫ ଜଣ ଖେଳାଳୀଙ୍କ ସହ ଅଂଶ ଗ୍ରହଣ କରିଥିଲେ । ସେ ଓଡ଼ିଶାରୁ ପ୍ରତିନିଧିତ୍ବ କରି ଏହି ମେଡ଼ାଲ ହାସଲ କରିଥିବାରୁ ତାଙ୍କୁ ଓଡ଼ିଶା ଉସୁ ଆସୋସିଏସନ ସଭାପତି ଏସ୍‌ଏସ୍‌ ହରିଚନ୍ଦନ ଓ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ବେହେରା ଶୁଭେଚ୍ଛା ଜଣାଇଛନ୍ତି ।

ଦିବ୍ୟମୋହନ ଛୋଟବେଳୁ ମଣିପୁରରେ ରହି ଉସୁ ତାଲିମ ଗ୍ରହଣ କରିଥିବା ବେଳେ ଏବେ ପଞ୍ଜାବର ପଟିଆଲାଠାରେ ତାଲିମ ଗ୍ରହଣ କରୁଛନ୍ତି । ସେ ପୂର୍ବରୁ ଜାତୀୟ ଉସୁ ଚାମ୍ପିୟନସିପରେ ବହୁ ପଦକ ଆଣିଥିବା ବେଳେ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀକ ଉସୁ ଚାମ୍ପିୟନସିପରେ ଅଂଶଗ୍ରହଣ କରିବାକୁ ଲକ୍ଷ କରିଥିବା ଦିବ୍ୟମୋହନ କହିଛନ୍ତି ।

Leave A Reply

Your email address will not be published.