Latest Odisha News

କଟକରୁ ଚିହ୍ନଟ ହେଲେ ଆଉ ୨୯ ନୂଆ ଆକ୍ରାନ୍ତ: ମୋଟ ସଂଖ୍ୟା ୮୫୫ କୁ ବୃଦ୍ଧି

କଟକ: ଗତ ୨୪ ଘଣ୍ଟାରେ ଆଉ ୨୯ ନୂଆ ଆକ୍ରାନ୍ତଙ୍କ ସହ କଟକ ଜିଲ୍ଲାରେ ୮୫୫ ଛୁଇଁଛି ମୋଟ କରୋନା ମାମଲା ।

ଜିଲ୍ଲା ପ୍ରଶାସନ ଦେଇଥିବା ସୁଚନା ଅନୁଯାୟୀ, କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି)ରୁ ୫ ଜଣ ଏବଂ ବାଡ଼ମ୍ବା ଅଞ୍ଚଳରୁ ୫ ଜଣ, ବାଙ୍କିରୁ ୧୨ ଜଣ, ନରସିଂହପୁର ଓ ନିଆଳିରୁ ୨ ଜଣ ଲେଖାଏଁ ଏବଂ ଟାଙ୍ଗି, କଟକ ସାଦର ଏବଂ ସାଲେପୁରରୁ ଅଞ୍ଚଳରୁ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି।

ପାଞ୍ଚଟି ମୃତ୍ୟୁ ଏବଂ ୫୪୪ ଜଣ ଆରୋଗ୍ୟଙ୍କ ସହ କଟକ ଜିଲ୍ଲାରେ ବର୍ତ୍ତମାନ ୩୦୩ ଟି ସକ୍ରିୟ ମାମଲା ରହିଛି।

Leave A Reply

Your email address will not be published.