ମାଡ୍ରାସ: ତାମିଲନାଡୁର ରାଜଗୋପାଳସ୍ୱାମୀ ମନ୍ଦିରରେ ଥିବା ଗୋଟିଏ ହାତୀ ଏବେ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି । ଏହି ହାତୀର ନାମ ବବ୍ କଟ ସେଙ୍ଗାମାଲାମ । ହାତୀଟି ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଲା ଏହାର ହେୟାର ଷ୍ଟାଇଲ । ଆଇଏଏସ ସୁଧା ରମଣ ହାତୀର ଫଟୋ ଶେୟାର କରିବା ପରେ ଏହା ଭାଇରାଲ ହୋଇଥିଲା । ଏହାର ମାହୁନ୍ତ ରାଜଗୋପାଳଙ୍କ ମତରେ ହାତୀ ମୋର ନିଜର ସନ୍ତାନ ପରି । ଖାଇବା, ପିଇବାଠାରୁ ଆରମ୍ଭ କରି ଗାଧେଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।
୪୫ ହଜାର ଟଙ୍କାର ସାୱାର ହାତୀର ଗାଧେଇବା ପାଇଁ ଲଗାଯାଇଛି । ଦିନକୁ ୩ ଥର ମୁଁ ସେଙ୍ଗମାଲାମର ଚୁଟି ସଫା କରିଥାଏ ବୋଲି ସେ କହିଛନ୍ତି । ୨୦୦୩ରେ କେରଳରୁ ରାଜଗୋପାଳସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ଏବେ ସେ ଆମ ପରିବାର ସଦସ୍ୟ । ଅନ୍ୟ ହାତୀ ପରି ଆମେ ସେଙ୍ଗମାଲାମକୁ ପ୍ରାୟତଃ ବାନ୍ଧି ନ ଥାଏ । ସେ ମନ୍ଦିର ଚାରିପଟେ ମୁକ୍ତ ଭାବେ ବୁଲିଥାଏ ବୋଲୀ ରାଜଗୋପାଳ କହିଛନ୍ତି ।
BREAKING NEWS
- ବରଗଡ ବିଜେପୁରରେ ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି
- ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି
- ଫ୍ରାନ୍ସରେ ଶନିବାର ବଡ଼ ବିକ୍ଷୋଭ: ସୁରକ୍ଷା ପାଇଁ ୭୦,୦୦୦ ପୋଲିସ ମୁତୟନ
- ଆସନ୍ତାକାଲି କୋଟିଆକୁ ନେଇ ସର୍ବଦଳୀୟ ବୈଠକ;ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ କହିଲେ ରାଜସ୍ବ ମନ୍ତ୍ରୀ
- Bomb Threats: ମୁମ୍ବାଇରେ ବିସ୍ଫୋରଣ ନେଇ ମେୟରଙ୍କୁ ଇମେଲ୍, ହାଇଆଲର୍ଟ
- Police Seize Brown Sugar:୨୦ ଲକ୍ଷର ବ୍ରାଉନସୁଗାର ଜବତ:୨ ଗିରଫ; ୫ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
- No PUC, No Fuel: ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ନୂଆ ନିୟମ
- Project Lakshya: ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଲକ୍ଷ୍ୟ’; ଗ୍ରାମାଞ୍ଚଳ ଝିଅଙ୍କ ଫୁଟବଲ ସ୍ୱପ୍ନକୁ ଦେଉଛି ନୂଆ ଉଡାଣ…
- ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଐତିହାସିକ ରାୟ; ଫେରିଲା ୧୧ ଏକର ଜମି
- ଗୁରୁଗ୍ରାମରେ ବିଦ୍ୟୁତ୍ କର୍ମଚାରୀଙ୍କ ଧର୍ମଘଟ, ପ୍ରତିବାଦରେ ଲୋକଙ୍କ ବିକ୍ଷୋଭ

Comments are closed.