Latest Odisha News

BREAKING NEWS

ଭୁବନେଶ୍ବରରେ କ୍ରାଇମ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣା, ୨୯ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ମାତିଛନ୍ତି ଅପରାଧୀ । କେବିଏନ୍ ଗ୍ୟାଙ୍ଗର ଭାଇରାଲ ଭିଡିଓ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଗ୍ୟାଙ୍ଗର ମୋଟ ୨୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ଗ୍ୟାଙ୍ଗର ୨ ଜଣ ଅଅଭିଯୁକ୍ତଙ୍କୁ ମିଶାଇ ୭ ଜଣ ଗିରଫ କରିସାରିଲାଣି ପୋଲିସ । କେବିଏନ ଗ୍ୟାଙ୍ଗର ମୁଖ୍ୟ ଦେବୀ ପ୍ରସାଦ ଓରଫ ବୁବୁ ଜେନା ସମେତ ୨୨ ଜଣ ଫେରର ଅଛନ୍ତି । ସେମାନଙ୍କୁ ଧରିବାକୁ ଅଭିଯାନ ଚଳାଇଛି ପୋଲିସ ।

BjdElectrycity

ଏହି ଗ୍ୟାଙ୍ଗର ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ନିଜକୁ ଅସୁରକ୍ଷିତ ମନେ କଲେଣି । ଭୁବନେଶ୍ବରରେ ଥିବା ଏହି ଗ୍ୟାଙ୍ଗର ବିଭିନ୍ନ ଖଟିକୁ ଚିହ୍ନଟ କରାଯାଇଛି । କେବିଏନ ଗ୍ରୁପର ଏହି ଅପରାଧୀମାନେ ଭିଡିଓ ସୁଟ୍‌ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ । ମାଉଜର ଧରି ବ୍ଲାଙ୍କ ଫାୟାରିଂ ମଧ୍ୟ କରୁଥିଲେ ଦୁର୍ବୃତ୍ତ । ଅନ୍ୟମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଚନ୍ଦ୍ରଶେଖରପୁର ଅଞ୍ଚଳରେ କେବିଏନ ଗ୍ରୁପ୍ ଦ୍ବାରା ଆକ୍ରମଣର ଶିକାର ଜଣେ ଯୁବତୀ ଗ୍ରୁପର ଆତଙ୍କରାଜ ସଂପର୍କରେ ଖୁଲାସା କରିବା ସହ ପୋଲିସକୁ ଜଣାଇଥିଲେ । ଅଭିଯୋଗ ପରେ ପୋଲିସ ତନାଘନା ଚଳାଇଛି ।

Leave A Reply

Your email address will not be published.