Latest Odisha News

ଆହୁରି ୨୯୫ ବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇବ ଆମେରିକା

ନୂଆଦିଲ୍ଲୀ: ସରିନି ଅବୈଧ ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଧାରା। ଏବେ ପୁଣି ୨୯୫ ବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇବ ଆମେରିକା। ଆମେରିକାର ଇମିଗ୍ରେସନ ଓ କଷ୍ଟମ ଏନ୍‌ଫୋର୍ସମେଣ୍ଟ (ଆଇସିଇ) ହେପାଜତରେ ବର୍ତ୍ତମାନ ୨୯୫ ଜଣ ଅବୈଧ ପ୍ରବାସୀ ଭାରତୀୟ ଅଛନ୍ତି। ଆମେରିକା ସେମାନଙ୍କୁ ଖୁବଶୀଘ୍ର ଭାରତକୁ ପଠାଇଦେବ ବୋଲି ସୂଚନା ମିଳିଛି।

ଏହି ସମସ୍ତ ଭାରତୀୟଙ୍କୁ ଦେଶ ଛାଡିବା ଲାଗି ଚୂଡାନ୍ତ ଆଦେଶନାମା ଜାରି କରାଯାଇଛି। କେନ୍ଦ୍ର ସରକାର ଶୁକ୍ରବାର ସଂସଦରେ ଏହି ସୂଚନା ଦେଇଛନ୍ତି। ଏହି ଭାରତୀୟଙ୍କ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସବିଶେଷ ତଥ୍ୟ ସଂଗ୍ରହ କରାଯାଉଛି। କିନ୍ତୁ ବର୍ତ୍ତମାନ ଆମେରିକାରେ କେତେ ସଂଖ୍ୟକ ଅବୈଧ ପ୍ରବାସୀ ଭାରତୀୟ ରହୁଛନ୍ତି ସେହି ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଗତ ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟଥର ପାଇଁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏପର୍ଯ୍ୟନ୍ତ ୩୮୮ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇ ସାରିଲେଣି। ଟ୍ରମ୍ପଙ୍କ ପ୍ରଥମ ପାଳି (୨୦୧୭-୨୧)ରେ ୬ ହଜାର ଅବୈଧ ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶ ପଠାଇ ଦିଆଯାଇଥିଲା। ଜୋ ବାଇଡେନଙ୍କ ଶାସନ (୨୦୨୧-୨୫) ସମୟରେ ୩,୬୨୫ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ନିଜ ଦେଶକୁ ପଠାଯାଇଥିଲା। ବର୍ତ୍ତମାନ ଏହି ଧାରା ଜାରି ରହିଛି।

Comments are closed.