ବୌଦ୍ଧ:ବିଶ୍ୱସ୍ତସୂତ୍ରରୁ ଖବର ପାଇ ଅବକାରୀ ଵିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି । କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୯୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। କିନ୍ତୁ ଚଢ଼ାଉ ସମୟରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଏହି ଅଭିଯାନ ବୌଦ୍ଧ ରେଞ୍ଜ ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ଶତପଥୀଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।
ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ କଣ୍ଟାମାଳ ଥାନା ଶୁଲିଆ ଅଞ୍ଚଳରେ ଯାଞ୍ଚ ବେଳେ ଏକ ୧୮ ଚକିଆ ଟ୍ରଲର ଟ୍ରକକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଟ୍ରକର ସିକ୍ରେଟ୍ ଚାମ୍ବରରୁ ୨୯୫ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହାପରେ କଣ୍ଟାମାଳ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା।
Comments are closed.