Latest Odisha News

BREAKING NEWS

ଭଦ୍ରକ ରାଜନୀତିରେ ପୁଣି ହଲଚଲ: ବିଜେପିରେ ସାମିଲ୍ ହେଲେ ମଣ୍ଡଳ ଦମ୍ପତି

ଭଦ୍ରକ: ରାଜନୀତିରେ ପୁଣି ହଲଚଲ। ବିଜେଡିରୁ ଇସ୍ତଫା ଦେବା ପରେ ବହୁଦିନ ଧରି ଅପେକ୍ଷା କରିବା ପରେ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି ମଣ୍ଡଳ ଦମ୍ପତି। ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଜେପି ରାଜ୍ୟସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ପଦ୍ମ ପୋଖରୀରେ ବୁଡ ମାରିଛନ୍ତି।

ତାଙ୍କ ସହ ବିଜେଡିର ପୂର୍ବତନ ଜିଲ୍ଲାସଭାପତି ଜଗନ୍ନାଥ ସ୍ବାଇଁ ସିମୁଳିଆର ସୁବାସିନୀ ସାହୁ ଶଶୀ ସାହୁଙ୍କ ସହ ବହୁ ନେତା ମନମୋହନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ ହୋଇଛନ୍ତି। ସେହିପରି ସିମୁଳିଆ ନିର୍ବାଚନମଣ୍ଡଳୀର ଶଶିକାନ୍ତ ସାହୁ ଓ ସୁବାସିନୀ ସାହୁ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସିମୁଳିଆରୁ ସୁବାସିନୀ ସାହୁ ବିଜେଡି ବିଧାୟିକା ପ୍ରାର୍ଥୀ ହୋଇଥିଲେ। ​​​​​​​

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାର ପୂର୍ବତନ ସାଂସଦ ହେଉଛନ୍ତି ମଞ୍ଜୁଲତା ମଣ୍ଡଳ । ମଞ୍ଜୁଲତା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ପୂର୍ବତନ ଧାମନଗର ବିଧାୟକ ହେଉଛନ୍ତି ମୁକ୍ତିକାନ୍ତ ମଣ୍ଡଳ । ମୁକ୍ତିକାନ୍ତ ବିଜୁ ଜନତା ଦଳ ଟିକେଟରେ ୨୦୧୪ ମସିହାରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ବିଷ୍ଣୁ ଚରଣ ସେଠୀଙ୍କୁ ପରାସ୍ତ କରି ଓଡ଼ିଶା ବିଧାନସଭା ସଦସ୍ୟ ହୋଇଥିଲେ ।

Leave A Reply

Your email address will not be published.