Latest Odisha News

BREAKING NEWS

୨୯୫ ଜିଲ୍ଲା ପରିଷଦ ଜୋନ୍ ରେଜଲ୍ଟ: ବିଜେଡି ଏକାକୀ ଜିତିଛି ୨୬୩

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ପୁଣି ଶଙ୍ଖ ନାଦ । ବର୍ତ୍ତମାନ ସୁଦ୍ଧା ଗଣତିରେ ଦମ୍ ଦେଖାଉଛି ବିଜେଡି । ବିଭିନ୍ନ ଜିଲ୍ଲାରେ କ୍ଲିନ୍ ସୁଇପ୍ ଅଭିମୁଖେ ଅଗ୍ରସର ହେଉଛି ଦଳ । ବର୍ତ୍ତମାନ ସୁଦ୍ଧା ୨୯୫ ଜିଲ୍ଲା ପରିଷଦ ଆସନରେ ଗଣିତ ପରେ ଫଳାଫଳ ପ୍ରକାଶ ପାଇଛି । ଏଥିରୁ ବିଜେଡି ଏକାକୀ ୨୬୩ ଆସନରେ ବିଜୟୀ ହୋଇଛି ।

ବଜେପି ଓ କଂଗ୍ରେସ ୧୪ଟି ଲେଖାଏ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି । ସ୍ୱାଧୀନ ୨ଟି ଓ ଅନ୍ୟାନ୍ୟ ୨ଟି ଜିଲ୍ଲା ପରିଷଦ ଜୋନରେ ବାଜି ମାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଯେତିକି ଗଣତି ହୋଇଛି ସେଥିରୁ ୮୯ ପ୍ରତିଶତ ଆସନରେ ବାଜିମାତ କରିଛନ୍ତି ବିଜେଡି ପ୍ରାର୍ଥୀ ।

ଗତ ୨୦୧୭ରେ ବିଜେଡି ୫୬ ପ୍ରତିଶତ ଜିଲ୍ଲା ପରିଷଦ ଜୋନରେ ଜିତିଥିଲା । ଏଥର ଏଯାଏ ଗଣତିରେ ୨୨ ପ୍ରତିଶତ ଅଧିକ ଆସନ କବଜା କଲାଣି । ଯେଉଁସବୁ ଆସନରେ ଗତଥର ବିଜେପି ହାତରେ ଥିଲେ ସେସବୁ ଜୋନକୁ ଅକ୍ତିଆର କରିଛି ବିଜେଡି ।

Comments are closed.