Latest Odisha News

BREAKING NEWS

ଦିଲ୍ଲୀ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ, ଫେରିଲେ ୨୫୦ ଭାରତୀୟ ଛାତ୍ରଛାତ୍ରୀ

ଦିଲ୍ଲୀ : ୟୁକ୍ରେନରୁ ୨୫୦ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଦେଶ ଫେରିଛି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ । ଆଜି ଦିଲ୍ଲୀ ବିମାନବନ୍ଦରରେ ଏହି ବିମାନ ଅବତରଣ କରିବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା ସରକାରୀ ଅଧିକାରୀଙ୍କ ପକ୍ଷରୁ ସଳଚନା ମିଳିଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିମାନବନ୍ଦରରେ ପହଞ୍ଚି ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ୟୁକ୍ରେନରେ ଫସିରହିଥିବା ଏହି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଶନିବାର ଏହି ବିମାନ ଉଡାଣ ଭରିଥିଲା । ପ୍ରଥମ ବିମାନଟି ବୁଦାପେଷ୍ଟରୁ ୨୧୯ ଜଣ ଛାତ୍ରଛାତ୍ରୀଙ୍କୁ ଆଣି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିବାବେଳେ ଦ୍ୱିତୀୟ ବିମାନ ଏଆଇ୧୯୪୨, ୨୫୦ ୨୫୦ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ।

ଏହାସହ ତୃତୀୟ ବିମାନଟି ମଧ୍ୟ ଆଜି ଦିଲ୍ଲୀ ଫେରିବାର ସୂଚନା ରହିଛି । ଋଷର ସାମରିକ ଆକ୍ରମଣ ହେବା ପରେ ବେସାମରିକ ବିମାନ ଚଳାଚଳ ପାଇଁ ୟୁକ୍ରେନର ଆକାଶବନ୍ଦୀ ହୋଇଯାଇଥିଲା । ଫଳରେ ସେଠାରୁ କୌଣସି ବିମାନ ଯାଇ ଭାରତୀୟଙ୍କୁ ଫେରାଇ ଆଣିବା ସମ୍ଭବପର ହୋଇପାରିନଥିଲା । ହେଲେ ଏବେ ଏହା ସାମାନ୍ୟ ସ୍ଥିତିକୁ ଆସିବାକୁ ଲାଗିଛି ।

Comments are closed, but trackbacks and pingbacks are open.