Latest Odisha News

BREAKING NEWS

ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ୨୯ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ୨୯ତମ ବାର୍ଷିକ ସମ୍ମିଳନୀ ଉକ୍ରଳ ବିଶ୍ୱବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ ଡିସେମ୍ବର ୨୫ ଓ ୨୬, ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦଘାଟନୀ ଉତ୍ସବରେ ଯୋଗ ଦେଇ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଗଣତନ୍ତ୍ର ଓ ବୁଦ୍ଧିଜୀବୀମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।

ଅନ୍ୟତମ ଅତିଥି ଭାବେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଗବେଷଣା ଓ ରାଜନୀତି ବିଜ୍ଞାନୀମାନଙ୍କୁ ଭୂମିକା ସମ୍ପର୍କରେ ନିଜସ୍ୱ ବକ୍ତବ୍ୟ ଆଭାସୀ ପ୍ରଣାଳୀରେ ଉପସ୍ଥାପନା କରିଥିଲେ । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନା କରିଥିବା ବେଳେ ଓଡ଼ିଶା ରାଜନୀତି ବିଜ୍ଞାନ ସଂଘର ସାଧାରଣ ସମ୍ପାଦକ ଡକ୍ଟର ପ୍ରମୋଦ କୁମାର ରାୟ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଫେସର ଅମୀୟ କୁମାର ପରିଚା ସଭାପରିଚାଳନା କରିଥିଲା ବେଳେ କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ଦୀପଙ୍କର ସିହ୍ନା ସମାଜ ସହ ରାଜନୀତି ବିଜ୍ଞାନର ସଂଯୋଗ ଉପରେ ଆଲୋଚନା କରିଥିଲେ ।

ସଂଘର ସଭାପତି ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ଆମେରିକାରୁ ଆଭାସୀ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶା, ସମାଜ, ରାଜନୀତି ଓ ଅର୍ଥନୀତି ଉପରେ ଆୟୋଜିତ ପାଠଚକ୍ରରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଫେସର ଅମରେଶ୍ୱର ମିଶ୍ର, ସୁଧାକର ପଣ୍ଡା, ବିଷ୍ଣୁଚରଣ ଚୌଧୁରୀ, ଅନୁପ କୁମାର ଦାଶ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡଙ୍ଗୀ, ପ୍ରଫେସର ଚିନ୍ତାମଣୀ ମହାପାତ୍ର, ଉମାକାନ୍ତ ମିଶ୍ର, ଯୁଗଳ କିଶୋର ମିଶ୍ର, ଅଶ୍ୱିନୀ ତିୱାରୀ, ବିଜୟ କୁମାର ବହିଦାର, ସ୍ୱର୍ଣ୍ଣମୟୀ ତ୍ରିପାଠୀ, ପ୍ରଫେସର ଗୀତାଞ୍ଜଳି ଦାସ ଓ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।

ଆଲୋଚନାଚକ୍ରର ସାଙ୍ଗଠନିକ ସମ୍ପାଦିକା ଡ଼. ସ୍ମିତା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ସହ ସମ୍ପାଦିକା ଡ.ସୀମା ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସହକାରୀ ପ୍ରଫେସର ସ୍ୱପ୍ନା ପ୍ରଭୁ ଧନ୍ୟବାଦ ଦେଇଥିଲେ । ଇତ୍ୟବସରରେ ସଂଘର ନୂତନ କାର୍ଯ୍ୟକାରିଣୀ ନିର୍ବାଚିତ ହୋଇ ପ୍ରଫେସର ଅମରେଶ ମିଶ୍ର, ସଭାପତି ଏବଂ ଡକ୍ଟର ମାନସ ବେହେରା, ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ।

Comments are closed.