Latest Odisha News

BREAKING NEWS

ପ୍ରଶାସନିକ ସଂସ୍କାରଠୁ ପେପରଲେସ୍‌ ବଜେଟ୍‌ ସବୁଥିରେ ଆଗୁଆ ଓଡ଼ିଶା:ମୁଖ୍ୟମନ୍ତ୍ରୀ

ବନେଶ୍ବର: ୨ ଦିନିଆ ଜାତୀୟ ସୁଶାସନ ସମ୍ମିଳନୀ ଭୁବନେଶ୍ବରରେ ଆରମ୍ଭ ହେଲା । ଲୋକସେବା ଭବନରେ ସମ୍ମିଳନୀକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ମଡେଲ ରଖିଲେ । ପ୍ରଶାସନିକ ସଂସ୍କାରଠୁ ପେପରଲେସ୍‌ ବଜେଟ୍‌ ସବୁଥିରେ ଆଗୁଆ କହିଲେ ସିଏମ୍ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ଓଡ଼ିଶା ବାହାରିଛି ଓ ଏବେ ପ୍ରଗତିଶୀଳ ହୋଇଛି । ସୁଶାସନ ପ୍ରତ୍ୟେକ ଲୋକର ଅଧିକାର । ଆଉ ତାହା ଅଧିକାରୀଙ୍କ କର୍ତ୍ତବ୍ୟ । ଓଡ଼ିଶା ଶାସନ ଏବେ ପେପରଲେସ୍ ହୋଇଛି । ଆଗକୁ ଲୋକଙ୍କୁ ସୁଶାସନ ଯୋଗାଇ ଦେବାକୁ AI ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ସାରା ଦେଶରୁ ୪ ଶହରୁ ଅଧିକ ପଦାଧିକାରୀ ଯୋଗ ଦେଇଛନ୍ତି । ଓଡ଼ିଶାରେ ଏଭଳି ଏକ କର୍ମଶାଳା ଆୟୋଜନ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ  କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

Comments are closed.