Latest Odisha News

BREAKING NEWS

ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକା । ଆଜି  ଭୁବନେଶ୍ୱରରେ ପହଞ୍ଚିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ । ସ୍ପାଇସ୍ ଜେଟର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱର ଆସିବ ।

ଟିକା ଧରି ଆସୁଥିବା ବିମାନ ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଏହି କନ୍‌ସାଇନ୍‌ମେଣ୍ଟରେ ୧୦ ଡୋଜ୍ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ୍ କୋଭିସିଲ୍ଡ ଟିକା ଆସିବାର ଅଛି ।

ସେପଟେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ଜାରି ରହିଛି । ଏହାର ତୃତୀୟ ଦିନରେ ଆଜି ୧୯୨ଟି ସେସନ ହେବାର ବ୍ୟବସ୍ଥା ହୋଇଛି । ଆସନ୍ତା ୨୫ ତାରିଖ ଭିତରେ ୧୬ ଶହ ୯୮ଟି ସେସନ୍‌ରେ ମୋଟ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର ।

 

Leave A Reply

Your email address will not be published.