ଭୁବନେଶ୍ୱର :ଭୁବନେଶ୍ୱର ସ୍ଥିତ ହିନ୍ଦ ମଜ଼ଦୂର ସଭା ରାଜ୍ୟ କାର୍ଯ୍ୟାଳୟରେ ସଂଗଠନ ପକ୍ଷରୁ ବର୍ଷିଆନ ଶ୍ରମିକ ନେତା, ସୁସାହିତ୍ୟିକ, ବାଗ୍ମୀ ବିଦ୍ୟାଧର ବାରିକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ହିବଡ଼ ମଜ଼ଦୂର ସଭା ର ସଭାପତି,କୃଷ୍ଣଚନ୍ଦ୍ର ପାତ୍ର,ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ତ୍ରିପାଠୀ,,ଉପସାଧାରଣ ସମ୍ପାଦକ ବିରେନ୍ଦ୍ର ପ୍ରସାଦ ଦାସ,ସମ୍ପାଦକ ଭୁବନନନ୍ଦ ମହାପତ୍ର,ଜ୍ଞାନ ରଞ୍ଜନ ଦାଶ, ଗୁରୁଚରଣ ମହାପାତ୍ର, ଓ ଅନ୍ୟ ସାଥି,ଭାଇ,ଭଉଣୀ ମାନେ ଯୋଗ ଦେଇ ସ୍ବର୍ଗତ ବାରିକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ବିଦ୍ୟାଧର ବାବୁ ଥିଲେ ସମାଜବାଦୀ ଧାରାର ନିଚ୍ଛକ ମଣିଷ । ତାଙ୍କର ସମ୍ପୂର୍ଣ୍ଣ ଜୀବନ ସମର୍ପିତ ଥିଲା ଶ୍ରମିକ ଜଗତ ପାଇଁ । ନୂଆ ଯୁବକମାନଙ୍କୁ ସଂଗଠନ ର ନେତୃତ୍ୱ ନେବା,ସେମାନଙ୍କୁ ଉଚ୍ଚ ଶ୍ରମିକ ଶିକ୍ଷା ତାଲିମ ଦେବା, hms ର ପ୍ରତ୍ୟକ ଶାଖା,ସଂଗଠନ ମଧ୍ୟରେ ଉତ୍ତମ ସମ୍ପର୍କ, ସମନ୍ୱୟ ରଖିବା ପାଇଁ ତାଙ୍କର ପ୍ରେରଣା,ସହଯୋଗ,ଓ ଆହ୍ୱାନ ଥିଲା । ସଙ୍ଗଠନକୁ ଜାତୀୟ ସ୍ତରରେ ପ୍ରତିଷ୍ଠା କରିବା ଲାଗି ସେ ବିଭିନ୍ନ ପଦକ୍ଷେପ ନେଉଥିଲେ ।ଯୁବ,ମହିଳା ମାନଙ୍କୁ ସେ ସଦା ସର୍ବଦା ଉତ୍ସାହିତ କରୁଥିଲେ ।
ଅଣ ସଂଗଠିତ କ୍ଷେତ୍ରରେ କାମ କରୁ ଥିବା ଶ୍ରମିକ ଭଗାଇ ଓ ଭଉଣୀମାନଙ୍କ ଲାଗି ସେ ଅନେକକାମ କରିଦେଇଯାଇଛନ୍ତି । ତାଙ୍କର ସ୍ଥାନ ସଦା ସର୍ବଦା ଅପୁରାଣୀୟ ହୋଇ ରହିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ଏଇ ଅବସରରେ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ସ୍ବର୍ଗତ ବିଦ୍ୟାଧର ବାରିକଙ୍କ ପୁତ୍ର ମନୋଜ ବାରିକ ।
Comments are closed.