Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ୫.୦: ଜାଣନ୍ତୁ, କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର: ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌ ୫.୦ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିବା ବେଳେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି ।

ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ:-

*ସିନେମା ହଲ୍, ସୁଇମିଂ ପୁଲ୍ ଓ ଥିଏଟର ପୂର୍ବ ଭଳି ବନ୍ଦ ରହିବ

*ଅକ୍ଟୋବର ମାସରେ ଧାର୍ମିକ ସ୍ଥଳୀ, ସ୍କୁଲ ଓ କଲେଜ ସବୁ ବନ୍ଦ ରହିବ।

* ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ

*ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଅନୁମତି

*ଉପ-ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ

*ଅକ୍ଟୋବର ୧୫ରୁ ସରକାରୀ ସ୍ୱୀକୃତିପ୍ରାପ୍ତ ସୁଇମିଂ ପୁଲ୍ ଖେଳାଳି ନିମନ୍ତେ ଖୋଲା ରହିବ ।

*ସର୍ବସାଧାରଣ ସ୍ଥାନରେ ବ୍ୟକ୍ତି-ବ୍ୟକ୍ତିଙ୍କ ମଧ୍ୟରେ ୬ ଫୁଟର ଦୂରତା ରହିବ।

*ଘରୋଇ ମାଲ ପରିବହନକାରୀ ଗାଡି ପୂର୍ବଭଳି ବିନାବାଧାରେ ଯାତାୟାତ କରିପାରିବେ।

*ଯାତ୍ରୀବାହୀ ବସ ବିନା ବାଧାରେ ରାଜ୍ୟ ଭିତରେ, ବାହାରେ ଚଳାଚଳ କରିପାରିବା ନେଇ ଅନୁମତି ଦିଆଯାଇଛି।

*ସମାବେଶରେ ମାସ୍କ ଓ ସାନିଟାଇଜେସନ ବାଧ୍ୟତାମୂଳକ କରାଯାଇଛି।

*ସାମାଜିକ, ରାଜନୈତିକ, କ୍ରୀଡା, ସାଂସ୍କୃତିକ, ଧାର୍ମିକ ସମାବେଶ ଉପରେ ସରକାର କଟକଣା ଜାରି କରିଛନ୍ତି।

Leave A Reply

Your email address will not be published.