ପୁରୀ: ହିନ୍ଦୁ ଧର୍ମରେ ବର୍ଷକ ବାରମାସ ମଧ୍ୟରୁ ସବୁଠାରୁ ପୁଣ୍ୟ ମାସ ହେଉଛି କାର୍ତ୍ତିକ । କାର୍ତ୍ତିକ ମାସର ଆଜି ହେଉଛି ଦ୍ଵିତୀୟ ସୋମବାର । ଏହି ମାସରେ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି ।
ପରିସ୍ଥିତି ଆଜି ସ୍ୱାଭାବିକ ଥିଲେ ଏହି ପବିତ୍ର ମାସରେ କୋଳାହଳରେ ଫାଟି ପଡୁଥାନ୍ତା ଜଗନ୍ନାଥ ଧାମ।
ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦେଖିବା ପାଇଁ ଏହି ଧର୍ମ ମାସରେ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ବ୍ରତ ପାଳନ କରିବା ସହ ପୂଜା ପାଠ କରିବାର ପରମ୍ପରା ରହିଛି । ମାତ୍ର ଚଳିତ ଥର କୋଭିଡ ପାଇଁ ଏହା ସମ୍ଭବପର ହୋଇପାରି ନାହିଁ।
ଅନ୍ୟପଟେ ପବିତ୍ର କାର୍ତ୍ତିକ ମାସର ଦ୍ଵିତୀୟ ସୋମବାର ହୋଇଥିବା ବେଳେ ପ୍ରମୁଖ ଶୈବ ପୀଠ ଗୁଡିକ ଖାଁ ଖାଁ ଲାଗୁଛି। କୋଭିଡ କଟକଣା ଯୋଗୁଁ କେଉଁଠି ବି ଭକ୍ତଙ୍କ ଭିଡ଼ ପରିଲିଖିତ ହୋଇ ନାହିଁ।
Comments are closed.