Latest Odisha News

BREAKING NEWS

ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ

ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ

ଦ୍ବିତୀୟ ଦିନିକିଆରେ ଭାରତ ଦମଦାର ବିଜୟ ହାସଲ କରିଛି । ଓ୍ବେଷ୍ଟଇଣ୍ଡିଜକୁ 2 ଉଇକେଟରେ ପରାସ୍ତ କରିଛି ଶେଖରବାହିନୀ । ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଛି ଟିମ ଇଣ୍ଡିଆ । ଭଲ ଖେଳି ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।  ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି  50 ଓଭରରେ 6 ୱିକେଟ୍‌ ହରାଇ 311 ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୩୧୨ ରନ୍‌ ଲକ୍ଷ୍ୟ ମିଳିଥିଲା।

 ଶିଖର ଧାୱନ 13 ରନ୍‌ କରି ଆଉଟ ହୋଇଥିଲେ ।  ସୁବମନ 43 ରନ୍‌ କରିଥିବାବେଳେ ଶ୍ରେୟାସ 63 ରନ କରି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ  ୯ ରନ କରି ଆଉଟ ହୋଇଯାଇଥିଲେ। ଦୀପକ ୩୩ ରନ୍‌ କରିଥିବାବେଳେ ସାଞ୍ଜୁ ୫୪ ରନ କରି ଆଉଟ ହୋଇଯାଇଥିଲେ।  ଅକ୍ଷର ପଟେଲ ୬୪ ରନ କରି ନଟ ଆଉଟ ଥିଲେ। ଭାରତ ୮ ୱିକେଟ ହରାଇ ୪୯.୪ ଓଭରରେ ୩୧୨ ରନ କରି ମ୍ୟାଚ ଜିତି ନେଇଥିଲା।

ୱେଷ୍ଟଇଣ୍ଡିଜ୍‌  ଓପନର ହୋପଙ୍କ 115ରନ ଏବଂ କାଇଲ ମେୟର୍ସ  39 ରନ୍‌ ସଂଗ୍ରହ କରିବାରୁ ଦଳ 312 ରନ କରିବାକୁ ସକ୍ଷମ ହୋଇଥିଲା ।  ସମର ବ୍ରୁକ୍‌ 35 ରନ୍‌ ସଂଗ୍ରହ କରିଥିଲେ। କ୍ୟାପ୍ଟେନ  ନିକୋଲାସ ପୂରଣ 74 ରନ୍‌ ସଂଗ୍ରହ କରିଥିଲେ। ଅନ୍ୟ କୈାଣସି ବ୍ୟାଟସମ୍ୟାନ ଅର୍ଧଶତକ ପୂରଣ କରିପାରିନଥିଲେ ।

Leave A Reply

Your email address will not be published.