Latest Odisha News

BREAKING NEWS

ଓଡିଶା ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସୋମବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ବିଧାନସଭା ବଦଳରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବ ଅଧିବେଶନ ।

ପ୍ରାପ୍ତ ସୂଚନାନୁଯାୟୀ କରୋନାଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ମିଳନୀ କକ୍ଷ (କନଭେନସନ) ହଲରେ ୨ମି. ଅନ୍ତରରେ ବିଧାୟକମାନେ ବସିବେ । ଏହାବ୍ୟତିତ ଅଧିବେଶନକୁ ଆସିବାକୁ ଥିବା ବିଧାୟକମାନଙ୍କୁ ରାସ୍ତାରେ ନଅଟକାଇବା ଲାଗି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ମଧ୍ୟ ଏହି ବୈଠକରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇପାରେ ବୋଲି ସୁତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ୨ୟ ପର୍ଯ୍ୟାୟ ଅଧିବେଶନ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଜୁନ୍ ୩୧ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.