Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢିଲା ଯାନବାହାନ ପାସ୍‌ର ଅବଧି: ପୋଲିସ କମିଶନର

ଭୁବନେଶ୍ୱର: ଯାନବାହାନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ର ସମୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ମାର୍ଚ୍ଚ ୨୯ ତାରିଖ ଯାଏଁ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ୍‌୧୯ ପରିସ୍ଥିତି ନ ସୁଧୁରିବା ଯାଏଁ ଏହି ଗାଡି ପାସ୍‌ର ବୈଧତାକୁ ବଢାଯାଇଛି । ପାସ୍‌ର ନବୀକରଣ ପାଇଁ ଥାନାରେ ଅଯଥା ଭିଡ ନ ଜମାଇବାକୁ ଭୁବନେଶ୍ୱର କଟକ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ ଯୋଗେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଲକ୍ ଡାଉନ ବେଳେ ନିଜ କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ କିମ୍ବା ଡାକ୍ତରଖାନା ପରି କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଥିଲେ ଯାତାୟତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭେଇକିଲ ପାସ୍ ଦିଆଯାଇଥିଲା ।

Leave A Reply

Your email address will not be published.