Latest Odisha News

BREAKING NEWS

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: କାଲି ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କାଲି ସନ୍ଧ୍ୟାରେ ପ୍ରଚାର ସରିଥିଲା । ୩୦ଜିଲ୍ଲାର ୬୮ଟି ବ୍ଲକରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ନିର୍ବାଚନ ହେବ ।

୧୫୧୪ ଗ୍ରାମ ପଞ୍ଚାୟତରେ ଭୋଟଗ୍ରହଣ ହେବ । ଏଥିପାଇଁ ୨୦ହଜାର ୪୩୬ ବୁଥ୍ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମତାଧିକାରୀ ସାବ୍ୟସ୍ତ କରିବେ ମୋଟ୍ ୬୨ଲକ୍ଷ ୧୦ହଜାର ଭୋଟର୍ । ଆଜି ସମସ୍ତ ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ ଚାଲିବ ।

ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର ରଖିଛି ପୋଲିସ । ବିଭିନ୍ନ ଜିଲ୍ଲାରେ ପୋଲିସ କରୁଛି ଫ୍ଲାଗମାର୍ଚ୍ଚ । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଛୋଟମୋଟ ବିଶୃଙ୍ଖଳାର ଯେଭଳି ପୁନରାବୃତ୍ତି ନହେବ ସେଥିପ୍ରତି ପୋଲିସ ବିଶେଷ ଦୃଷ୍ଟି ଦେଉଛି । ସେପଟେ ଆସନ୍ତାକାଲି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ।

Comments are closed, but trackbacks and pingbacks are open.