Latest Odisha News

BREAKING NEWS

ଓଡ଼ିଶା-ଗୋଆ ରଣଜୀ ମୁକାବିଲା: ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ଓଡ଼ିଶା

ଅହମ୍ମଦାବାଦ: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-ଗୋଆ ରଣଜୀ ଲଢ଼େଇ । ଅହମ୍ମଦାବାଦ ମୋଟେରା ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ୍ । ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଛି ଓଡ଼ିଶା । ନୂଆ ମୁହଁ ଭାବରେ ଦଳରେ ସାମିଲ ହୋଇଛନ୍ତି ଆଶିଷ ରାୟ ।

ଚଳିତ ସିଜିନର ଗ୍ରୁପ୍-ଡିରେ ସୌରାଷ୍ଟ୍ର, ମୁମ୍ବାଇ ଓ ଗାଆ ସହ ସ୍ଥାନ ପାଇଛି ଓଡ଼ିଶା । ରଣଜୀ ମୁକାବିଲା ପୂର୍ବରୁ ନେଟସରେ ଝାଳବୁହା ଅଭ୍ୟାସ କରିଥିଲା ଓଡ଼ିଶା ଟିମ୍ । କରୋନା ଯୋଗୁ ରଣଜୀ ଟ୍ରଫିର ଗତ ଦୁଇଟି ସିଜିନ୍ ବରବାଦ ହୋଇଥିଲା ।

ତୃତୀୟ ଲହର ପ୍ରକୋପ କମିବା ପରେ ଚଳିତ ବର୍ଷ ରଣଜୀ ସିଜିନ ଆରମ୍ଭ ହୋଇଛି । ଚଳିତବର୍ଷ ୩୮ଟି ଟିମ୍ ଖେଳିବେ ରଣଜୀ ଟ୍ରଫି । ୮ଟି ଗ୍ରୁପରେ ଖେଳାଯିବ ମ୍ୟାଚ୍ ।୬ଟି ଦଳ ପ୍ଲେଟ୍ ଗ୍ରୁପରେ ଖେଳିବେ ।

Comments are closed, but trackbacks and pingbacks are open.