Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ବିରାଟ ବିଜୟ, ରେକର୍ଡ଼ କଲେ କୋହଲୀ…

ଜାମାଇକା: ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ ୨-୦ରେ ପୋଛିନେଇଛି । କିଙ୍ଗଷ୍ଟନ୍ ଟେଷ୍ଟରେ ଭାରତ ୨୫୭ ରନର ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ କପ୍ତାନ କୋହଲୀ ୱେଷ୍ଟଇଣ୍ଡିଜକୁ ୪୬୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ମାତ୍ର ଇଣ୍ଡିଜ ଦଳ ଭାରତୀୟ ବୋଲରଙ୍କ ନିଖୁଣ ବୋଲିଂକୁ ସାମ୍ନା କରିପାରିନଥିଲା । ଦଳ ୨୧୦ ରନରେ ଅଲଆଉଟ ହୋଇ ପରାଜୟର ସମ୍ମୁଖୀନ ହୋଇଥିଲା ।

ଏହି ୨ୟ ଟେଷ୍ଟରେ ବିରାଟ ବାହିନୀର ଅଧିକାଂଶ ଖେଳାଳି ଚମତ୍କାର ଖେଳ ପ୍ରଦର୍ଶନ କରିବାର ଦେଖିବାକୁ ମିଳିଛି । ଗୋଟିଏ ପଟରେ ଯଶପ୍ରିତ ବୁମରାଙ୍କ ହ୍ୟାଟ୍ରିକ୍ ୱିକେଟ ସାଙ୍ଗକୁ ହନୁମା ବିହାରୀଙ୍କ ଆକର୍ଷଣୀୟ ଶତକୀୟ ଇନିଂସ ଦଳକୁ ବିଜୟୀ କରିପାରିଥିଲା ।

ସମ୍ପୂର୍ଣ୍ଣ ଟେଷ୍ଟ ସ୍କୋର:

ଭାରତ – ୪୧୬ ଏବଂ ୧୬୮/୪ (ପାଳି ଘୋଷିତ)

ୱେଷ୍ଟଇଣ୍ଡିଜ୍ – ୧୧୭ ଏବଂ ୨୧୦

ଦ୍ୱିତୀୟ ଇନିଂସରେ ଇଣ୍ଡଜ୍ ଦଳ ପକ୍ଷରୁ କେବଳ ବ୍ରୁକ୍ସ ୫୦ ରନର ସର୍ବାଧିକ ସ୍କୋର କରିଥିବା ବେଳେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସହଳ ଶିକାର ହୋଇ ନିମ୍ନମାନର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ।

ଟିମ୍ ଇଣ୍ଡିଆ ବୋଲର୍ ମହମ୍ମଦ ସାମି ଏବଂ ରବୀନ୍ଦ୍ର ଜାଡ଼େଜା ୩ଟି କରି ୱିକେଟ ହାସଲ କରିଛନ୍ତି । ସେହିପରି ଇଶାନ୍ତ ଶର୍ମାଙ୍କୁ ୨ଟି ଏବଂ ମ୍ୟାଚ ୱିନିଂ ବୋଲର୍ ବୁମରା ଗୋଟିଏ ୱିକେଟ ପାଇ ପାରିଛନ୍ତି ।

ହନୁମା ବିହାରୀ କିଙ୍ଗଷ୍ଟନ୍ ଟେଷ୍ଟରେ ‘ପ୍ଲେୟାର୍ ଅଫ ଦି ମ୍ୟାଚ’ ଘୋଷିତ ହୋଇଛନ୍ତି ।

ଭାରତୀୟ କପ୍ତାନ ବିରାଟ କୋହଲୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏକ ରେକର୍ଡ଼ ଭଙ୍ଗ କରିଛନ୍ତି । ଅଧିନାୟକ ଭାବରେ ବିରାଟ କୋହଲୀ ଏବେ ସଫଳ ଭାରତୀୟ ଟେଷ୍ଟ କପ୍ତାନ ସାବ୍ୟସ୍ତ ହୋଇଛନ୍ତି ।

ଧୋନୀ ବିଦେଶମାଟିରେ ୬୦ଟି ଟେଷ୍ଟରେ ୨୭ଟି ବିଜୟ ହାସଲ କରିପାରିଛନ୍ତି । ମାତ୍ର ଏହି ରେକର୍ଡ଼କୁ ୪୮ଟି ଟେଷ୍ଟରେ ବିରାଟ ୨୮ ଟି ଟେଷ୍ଟ ବିଜୟ ହାସଲ କରି ସଫଳ ଭାରତୀୟ ଟେଷ୍ଟ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.