Latest Odisha News

BREAKING NEWS

ଗଣପର୍ବ ନୂଆଁଖାଇ: ଜାଣନ୍ତୁ କେବେ, କାହିଁକି ଓ କେମିତି ହୁଏ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ । ଏହି ଉପଲକ୍ଷେ ଆଜି ଉତ୍ସବମୁଖର ସାରା ପଶ୍ଚିମ ଓଡିଶା । ପ୍ରତ୍ୟେକ ଘରୁ ଛୁଟି ଆସୁଛି ପିଠାପଣାର ମହକ । ସାଙ୍ଗସାଥୀ ବନ୍ଧୁ ବାନ୍ଧବଙ୍କ ମେଳରେ ଘର ପୁରିଉଠୁଛି ।

.ଜାଣନ୍ତୁ କେତେବେଳେ ମାଆ ସମ୍ବଲେଶ୍ୱରୀଙ୍କୁ ଲାଗି ହେବ ନବାନ୍ନ

ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଆଜି ନବାନ୍ନ ଲାଗି କରାଯିବ । ଶୁଭ ଲଗ୍ନ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସକାଳ ୧୦ଟା ୫ ମିନିଟ୍ ରୁ ୧୦ଟା ୨୦ ମିନିଟ୍ ମଧ୍ୟର ଅମୃତ ବେଳାରେ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ ।

ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି ପରେ ଅନ୍ୟ ଦେବାଦେବୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି କରାଯିବ । ପରମ୍ପରା ଅନୁସାରେ ଦେବୀଙ୍କ ପାଖରେ ନବାନ୍ନ ଲାଗି ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆ ଖାଇଥାନ୍ତି ।

ନୂଆଁଖାଇ ଅବସରରେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ନିକଟରେ ନବ ବସ୍ତ୍ର ଓ ନବାନ୍ନ ଲାଗି କରାଯାଇଥାଏ । ପରେ ଅନ୍ୟ ଦେବାଦେବୀଙ୍କୁ ନବାନ୍ନ ଲାଗି ପରେ ଲୋକେ ନବାନ୍ନ ଭୋଜନ କରିଥାନ୍ତି । ଘରେ ଘରେ ପିଠାପଣା ସାଙ୍ଗକୁ ନବବସ୍ତ୍ର ପରିଧାନ ପୂର୍ବକ ବନ୍ଧୁବାନ୍ଧବ, ସମ୍ପର୍କୀୟଙ୍କ ଗହଣରେ ଲୋକେ ଦିନଟିକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି ।

ବିଶେଷ କରି ଓଡ଼ିଶାର ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ସହର ଠାରୁ ଆରମ୍ଭ କରି ପୁରପଲ୍ଲୀରେ ନୂଆଁଖାଇ ପାଳନ ହୋଇଥାଏ । ଏହା ବ୍ୟତୀତ ରାଜ୍ୟ ବାହାରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ଓ ପ୍ରବାସୀ ଭାରତୀୟ ମାନଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ସ୍ଥାନରେ ନୁଆଁଖାଇ ଭେଟ୍ ଘାଟ୍ ର ଆୟୋଜନ କରାଯାଇଥାଏ ।

Leave A Reply

Your email address will not be published.