Latest Odisha News

ଆଜି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ : ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ ଟ୍ରେନ୍

ପୁରୀ:  ଟ୍ରାଏଲ ରନ କରିଛି ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ଭୋର ୫ଟାରୁ ଟ୍ରାଏଲ ରନ ଆରମ୍ଭ କରିଛି ଏହି ସେମି ହାଇସ୍ପିଡ଼ ଟ୍ରେନ । ଏହା ୧୨ଟା ୪୫ ରେ ରାଉରକେଲାରେ ପହଞ୍ଚିବ  । ପ୍ରାୟ ୬ଘଣ୍ଟାରେ ରାଉରକେଲା ପହଁଚିବାକୁ ଥିବା ଏହି ଏକ୍ସପ୍ରେସ ଟ୍ରେନ ଟି ପରେ ଅହରାହ୍ଣ ୨ଟା ୧୦ରେ ରାଉରକେଲାରୁ ପୁରୀ ଅଭିମୁଖେ ବାହାରିବ। ଆସନ୍ତା ସେପ୍ଟେମ୍ବର ୩୦ ରେ ଏହି ଏକ୍ସପ୍ରେସ ଟ୍ରେନ ଟି ଗଡିବାକୁ ଯାଉଥିବା ବେଳେ ଏହି ରୁଟିନରେ ହିଁ ଯିବା ଆସିବା କରିବ ।

ଟ୍ରାଏଲ ରନ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ,କଟକ, ଢେଙ୍କାନାଳ, ଅନୁଗୋଳ, କେରଜାଙ୍ଗ,ସମ୍ବଲପୁର ସିଟି, ଝାରସୁଗୁଡା ଷ୍ଟେସନରେ ୨ମିନିଟ ଲେଖାଏଁ ରହିବ । କେବଳ ଭୁବନେଶ୍ୱରରେ ୫ମିନିଟ ରହିବ  । ଚଳିତ ବର୍ଷ ମେ’ମାସ ୧୮ ତାରିଖରେ ରାଜ୍ୟର ପ୍ରଥମ ବନ୍ଦେ  ଭାରତ ଏକ୍ସପ୍ରେସ ପୁରୀରୁ-ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା  ।  ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡ଼ିବାକୁ ଯାଉଛି। ପୂର୍ବରୁ ଚଳିତ ସେପ୍ଟେମ୍ବର ୧୧ ତାରିଖରେ  ପୁରୀରୁ ତାଳଚେର ପର୍ଯ୍ୟନ୍ତ ଟ୍ରାଏଲ ରନ ହୋଇଥିଲା  ।

Leave A Reply

Your email address will not be published.