Latest Odisha News

BREAKING NEWS

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ୧୦ ଡିଗ୍ରି ତଳେ ୧୫ ସହର

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ରାଜ୍ୟର ୧୫ଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିଛି ।

ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇବେଳେ ଅନୁଗୁଳ (୪.୬), ଭବାନୀପାଟଣା (୬.୫), କେନ୍ଦୁଝର (୬.୬), ଝାରସୁଗୁଡା (୭.୩), ସମ୍ବଲପୁର(୭.୪) ଏବଂ ଟିଟିଲାଗଡ (୬.୧)ରେକର୍ଡ କରାଯାଇଛି ।

ସେହିପରି କଟକ ଓ ଭୁବନେଶ୍ୱରରେ ତାପମାତ୍ରା ଯଥାକ୍ରମେ- ୮.୮ ଓ ୧୦.୨ ଡିଗ୍ରି ସେଲସିୟସ୍ ରହିଛି । ବାଲେଶ୍ୱର (୮.୬), ବାରିପଦା ଓ ସୁନ୍ଦରଗଡ (୯) ଓ କୋରାପୁଟରେ ତାପମାତ୍ରା (୯.୬) ଡିଗ୍ରି ରେକର୍ଡ କରାଯାଇଛି ।

Leave A Reply

Your email address will not be published.