Latest Odisha News

BREAKING NEWS

ବିମାନ ବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍‌ ଗଞ୍ଜେଇ ଜବତ

ଭୁବନେଶ୍ୱର: ଭୁବନେଶ୍ଵର ବିମାନବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ। ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଙ୍କ ନିକଟରୁ ୪ ପ୍ୟାକେଟ୍‌ ହାଇଡ୍ରୋପୋନିକ୍ ଗଞ୍ଜେଇ ମିଳିଛି। ବ୍ୟାଗ୍‌ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ ହାଇଡ୍ରୋପୋନିକ୍ ରହିଥିଲା। ବିଶେଷ ସୂଚନା ଆଧାରରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଧରିଛି।

ମଙ୍ଗଳବାର ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିଲା। ବିମାନରେ ଜଣେ ଯାତ୍ରୀ ମାରିଜୁଆନା ଆଣିଥିବା ବେଳେ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖି ସମସ୍ତ ମାରିଜୁଆନା ଜବତ କରିଥିଲା । ସମ୍ପୃକ୍ତ ଯାତ୍ରୀଙ୍କ ବ୍ୟାଗରୁ ମାରିଜୁଆନା ଜବତ କରାଯାଇଥିଲା । ଜବତ ମାରିଜୁଆନାର ମୂଲ୍ୟ ୪କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଥାଇଲାଣ୍ଡରୁ ଏହି ମାରିଜୁଆନା ଭୁବନେଶ୍ବର ଆସୁଥିଲା।

Comments are closed.