Latest Odisha News

BREAKING NEWS

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବ୍ଲକ ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ସମାରୋହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଶ୍ବବିଦ୍ୟାଳୟର ୩ଟି ନୂତନ ଏକାଡେମିକ୍‌ ବ୍ଲକକୁ ଲୋକାର୍ପିତ ମଧ୍ୟ କରିଛନ୍ତି ।

ଏହି ଅବସରରେ ବିଶ୍ବବିଦ୍ୟାଳୟ ପରିସରରେ ନିର୍ମିତ ହୋଇଥିବା ନୂତନ ଭାସ୍କର୍ଯ୍ୟ ଉଦ୍ୟାନକୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ଶିଳ୍ପୀ ମାନଙ୍କର କଳାକୃତିର ଉଚ୍ଚପ୍ରଶଂସା କରିଥିଲେ । ରାଜ୍ୟ ସଂଗ୍ରହାଳୟ ଦ୍ବାରା ପ୍ରକାଶିତ ଦୁଇଟି କାଳଜୟୀ ପୁସ୍ତକ Illustrated Palmleaf Manuscript ଓ Timeless Tales ପୁସ୍ତକ ଲୋକାର୍ପଣ କରିଥିଲେ । ଏହାସହିତ ସେ ବିଶ୍ବବିଦ୍ୟାଳୟର ଦୃଶ୍ୟକଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାଶ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.