Latest Odisha News

ଚାକିରି କରାଇ ଦେବାକୁ କହି ଠକୁଥିଲେ, ମାଡି ବସିଲା ଖୁଣ୍ଟା ପୋଲିସ

ଉଦଳା: ବରିଷ୍ଠ ଆଇଏଏସଙ୍କ ନାମ କହି ବିକୁଥିଲେ ସରକାରୀ ଚାକିରି। ଚାକିରି କରାଇ ଦେବାକୁ କହି ଠକୁଥିଲେ, ମାଡି ବସିଲା ଖୁଣ୍ଟା ପୋଲିସ। ଚାକିରି ଦେବାକୁ କହି ଠକୁଥିବା ବୈରାଟପୁର ବିଦ୍ୟାଳୟ ସହକାରୀ ଶିକ୍ଷକ ମନୋଜ ଆଚାର୍ଯ୍ୟଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ଖୁଣ୍ଟା ପୋଲିସ।

ଗିରଫ ଅନ୍ୟ ଦୁଇ ହେଲେ ଉଦଳା ଅଞ୍ଚଳର ଇଞ୍ଜିନିଅର ଦିଲ୍ଲୀପ ଜେନା ଏବଂ ବାରିପଦା କାଳିକାପୁର ଅଞ୍ଚଳର ଲୋହିତଶ ଜେନା। ଜିଆରଏସ, ପୋଲିସ, ରେଲୱେ ଭଳି ସରକାରୀ ଚାକିରୀ କହି ଠକୁଥିଲେ। ଖୁଣ୍ଟା ଏବିଇଓ ବୃନ୍ଦାବନ ମାରାଣ୍ଡିଙ୍କ ଅଭିଯୋଗ ପରେ ଫିଟିଲା ଗୁମର।

ଏନେଇ ଗତ ଡିସେମ୍ବରରେ ଅଭିଯୋଗ ଆଣିଥିଲେ ଖୁଣ୍ଟା ବ୍ଲକର କାର୍ଯ୍ୟରତ ଏବିଇଓଙ୍କ ପୁତୁରା। ଜିଆରଏସ ଚାକିରି କରାଇଦେବା ନାଁରେ ୧ ଲକ୍ଷ ୩୦ ହଜାର ଟଙ୍କା ଆଗୁଆ ନେଇଥିଲେ ଏବଂ ଚାକିରି ପରେ ବାକି ୪୦ ହଜାର ଟଙ୍କା ନେଇଥାନ୍ତେ। କିନ୍ତୁ ଚାକିରି ହେଲାନାହିଁ। ଆଉ ଟଙ୍କା ଫେରସ୍ତ ପାଇଁ ଧରାଛୁଆଁ ଦେଲେ ନାହିଁ ଶିକ୍ଷକ ମନୋଜ ଆଚାର୍ଯ୍ୟ। ଏନେଇ ଥାନାରେ ଏବିଇଓ ଅଭିଯୋଗ କରିବା ପରେ ଗତକାଲି ରାତିରେ ଠକେଇ ଘଟଣାରେ ଶିକ୍ଷକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଉଦଳା, ଖୁଣ୍ଟା, ବାରିପଦା ଏବଂ ଝାରପୋଖରୀଆ ଥାନା ଅଞ୍ଚଳରୁ ପ୍ରାୟ ୧୫ ରୁ ଅଧିକ ଯୁବକ ଠକାମୀର ଶିକାର ହୋଇଥିବା ସୂଚନା।

Leave A Reply

Your email address will not be published.