Latest Odisha News

BREAKING NEWS

ଧରାପଡିଲେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ

କଟକ: ଗିରଫ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ । କଟକ ବାଦାମବାଡି ଅଂଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଏମାନଙ୍କୁ ପୋଲିସ ଗିରଫ କରିଛି । ଗିରଫ ୩ ଅଭିଯୁକ୍ତ ସକିଲର ସହଯୋଗୀ । ସେମାନେ ହେଲେ ୱାସିମ ଖାନ୍‌, ରାଜେଶ ଓ ମହମ୍ମଦ ଶାହାଜାହାନ୍ ।

ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି ଓ ରାହାଜାନୀ ଭଳି ଅନେକ କେସ୍ ରହିଛି । ଏମାନଙ୍କ ନିକଟରୁ ୪ଟି ମୋବାଇଲ ଓ ୧୦ ହଜାର ଟଙ୍କା ଜବତ ହୋଇଛି । ବାଦାମବାଡି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରି ଏହି ୩ ଜଣଙ୍କୁ ଗିରଫ କରିଥିବା ନେଇ କଟକ ଡିସିପି ପ୍ରତିକ ସିଂହ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.