Latest Odisha News

ଏସ୍‌ଆଇଙ୍କ ବିରୋଧରେ ଲଭ୍‌, ସେକ୍ସ, ଧୋକା ଅଭିଯୋଗ ଆଣିଲେ ଏସ୍‌ଆଇ

ବ୍ରହ୍ମପୁର: ଏସ୍‌ଆଇଙ୍କ ଲଭ୍ ସେକ୍ସ ଧୋକା ଭଳି ସାଂଘାତିକ ଅଭିଯୋଗ ଆଣିଲେ ମହିଳା ଏସ୍‌ଆଇ । ନ୍ୟାୟ ପାଇଁ ଡିଜିପି କ୍ୟାମ୍ପ ଅଫିସରେ ହେଲେ ଫେରାଦ । ଖଲ୍ଲିକୋଟ ଥାନାରେ ଥିବା ଏସ୍‌ଆଇ ସିଲୁ ଧଳ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ତାଙ୍କୁ ଧୋକା ଦେଇିଛନ୍ତି । ଏନେଇ ମହିଳା ଏସ୍‌ଆଇ ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ୨୦୧୭ରେ ସେ ଏସ୍‌ଆଇ ସିଲୁ ଧଳଙ୍କ ସହ ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ କ୍ୟାମ୍ପରେ ଦେଖା ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କିନ୍ତୁ ସମ୍ପୃକ୍ତି ଏସ୍‌ଆଇ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ । ଏଥିରେ କିନ୍ତୁ ସେ ମନା କରିଥିଲେ । ପରେ ୨୦୧୯ରେ ସିଲୁ ତାଙ୍କ ସହ ମିଛିମିଛିକା ବିବାହା କରିଥିଲେ ।

ଏହାପରେ ଦୀର୍ଘ ୧୦ ମାସ ହେବ ସିଲୁ ଧରାଛୁଆଁ ଦେଉନଥିବା ସେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଏସ୍‌ଆଇ ସିଲୁ ଧଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଡିଜିପି କ୍ୟାମ୍ପ ଅଫିସରେ ଦାବି କରିଛନ୍ତି ।

Leave A Reply

Your email address will not be published.