Latest Odisha News

BREAKING NEWS

ଭଦ୍ରକରେ ୩ ବ୍ୟାଙ୍କ ସିଲ୍‌

ଭଦ୍ରକ: ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଭଦ୍ରକର ୩ଟି ବ୍ୟାଙ୍କକୁ ସିଲ୍ କରାଯାଇଛି ।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭଦ୍ରକର ଆଇସିଆଇସିଆଇ, ବାଇପାସ୍ ରୋଡରେ ଥିବା ଏଚଡିଏଫସି ବ୍ୟାଙ୍କ ଓ ରାଜଘାଟ ସ୍ଥିତ ବ୍ୟାଙ୍କ୍ ଅଫ୍ ବରୋଦାକୁ ସିଲ୍ କରାଯାଇଛି ।

ନିକଟ ଅତୀତରେ ଆଇସିଆଇସିଆଇ ବ୍ୟାଙ୍କର ୩ ଜଣ କର୍ମଚାରୀ ଏବଂ ଅନ୍ୟ ଦୁଇ ବ୍ୟାଙ୍କର କିଛି କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଭଦ୍ରକରେ ମୋଟ୍ ୫୧୧ କରୋନା ମାମଲା ରହିଛି । ସେଥିମଧ୍ୟରେ ୧୬୦ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୩୪୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା କରୋନା ସଂକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

 

Comments are closed.