Latest Odisha News

BREAKING NEWS

ମରିଯାଉଛି କି ମାନବିକତା! ବୁଲା କୁକୁରକୁ ପିଟିପିଟି ମାରିଦେଲେ ଯୁବକ

ବ୍ରହ୍ମପୁର: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ବଟ ଗଉଡ ସାହିରେ ଏକ ବୁଲା କୁକୁରକୁ କିଛି ଯୁବକ ପିଟିପିଟି ମାରିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ଏନେଇ ଥାନା ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

ଗତ ଅଗଷ୍ଟ ୨୦ ରେ ରାତି ୮ ଟାରେ ଏହି ଘଟଣା ଘଟିଥିଲା ବେଳେ ଏହି ଘୃଣ୍ୟ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଗିରଫ ହୋଇଥିବା ତିନିଜଣଙ୍କ ମଧ୍ୟରେ ବଟ ଗଉଡ ସାହିର ଟୁଟୁ ଗଉଡ, ସନା ଗଉଡ ଏବଂ ସୁନୀଲ ଗଉଡ ଅଛନ୍ତି।

ସେମାନେ କୁକୁରକୁ ନିର୍ଦ୍ଦୟ ଭାବରେ ହତ୍ୟା କରିବା ପରେ ତାକୁ ରାସ୍ତା ପାଖ ଡ୍ରେନରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଆମେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୨୯/୩୪ ଅନ୍ତର୍ଗତ ୧୯୫/୨୦ରେ ଏବଂ ୧୧ (୧) ର ପ୍ରିଭେନସନ୍ ଅଫ୍ କ୍ରୁଲେଟି ଟୁ ଆନିମଲ୍ସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ ବୋଲି ଆଇଆଇସି କହିଛନ୍ତି।

Leave A Reply

Your email address will not be published.