Latest Odisha News

BREAKING NEWS

ବନ୍ଦ ଘରୁ ମିଳିଲା ସ୍ୱାମୀ, ଦୁଇ ପତ୍ନୀଙ୍କ ଶବ; ହତ୍ୟା ସନ୍ଦେହ

ବରଗଡ:ବରଗଡରୁ ଆସିଛି ହୃଦୟଥରା ଘଟଣା । ଗୋଟିଏ ଘରୁ ମିଳିଛି ତିନି ଜଣଙ୍କ ମୃତ ଦେବ  । ସ୍ୱାମୀ ଓ ତାଙ୍କର ୨ ପତ୍ନୀଙ୍କୁ ସନ୍ଦେହଜନକ ମୃତ୍ୟୁ ଘଟିଛି । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ କିଛି ଜଣା ପଡିନାହିଁ । ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ।

ମୃତକମାନେ ହେଲେ ବରଗଡ ଜିଲ୍ଲା ଆଖିଫୁଟା ଗାଁ ଟଙ୍କଧର ସାହୁ ଓ ତାଙ୍କର ୨ ପତ୍ନୀ ମାଧବୀ ଓ ଦ୍ରୌପଦୀ । ଟଙ୍କଧର ପ୍ରଥମେ ବିବାହ କରିଥିଲେ । ହେଲେ ତାଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ । ତେଣୁ ସେ ୨ୟ ବିବାହ କରିଥିଲେ । ଗୋଟିଏ ଛାତ ତଳେ ଦୁଇ ସଉତୁଣୀ ରହୁଥିଲେ ହେଁ ବୁଝାମଣା ଭଲ ଥିଲା ଏବଂ ପାରିବାରିକ ଝଗଡା ନ ଥିବା ପଡୋଶୀ କହିଛନ୍ତି ।

ତେବେ ଆଜି ପାଖ ପଡୋଶୀ ଘରେ ମୃତ ଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।  ମୃତକଙ୍କ ମୁଣ୍ଡରେ ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଛି । ତେଣୁ କେହି ତାଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଯଦି ଏହା ହତ୍ୟା ତେବେ କିଏ କାହିଁକି ହତ୍ୟା କଲା ସେନେଇ ପୋଲିସ ଛାନବିନ ଆରମ୍ଭ କରିଛି ।

 

Leave A Reply

Your email address will not be published.