Latest Odisha News

BREAKING NEWS

ଜଣଙ୍କ ଘରୁ ୩ ପେଟି ଡିନାମାଇଟ୍ ଜବତ, ଆନ୍ଧ୍ରରୁ ଆସିଥିଲା ବିସ୍ଫୋରକ 

ସୋର: ବିପୁଳ ପରିମାଣର ଡିନାମାଇଟ୍‌ ଜବତ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ବାଗୁଡରେ ଖଞ୍ଜାମାହେଲ ଖାଦନରୁ ଜବତ ହୋଇଛି । ସେପଟେ ଡିନାମାଇଟ୍‌ ରଖିଥିବା ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି ।

BjdElectrycity

ଖବର ଅନୁଯାୟୀ, ସୋର ବାଗୁଡି ଖଞ୍ଜାମାହେଲ ଖାଦାନରେ ବେଆଇନ ଭାବେ ଡିନାମାଇଟ୍‌ ବ୍ୟବହୃତ କରାଯାଉଥିବା ଅଭିଯୋଗ ଆସିଥିଲା । ଯାହାପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଆକ୍ସନମୋଡକୁ ଆସିଯାଇଥିଲା । ଆନ୍ଧ୍ରପ୍ରଦେଶରୁ ବେଆଇନ୍‌ ଭାବେ ୩ ପେଟିରେ ଡିଜିଟାଲ ଡିନାମାଇଟ୍‌ ଚୋରାରେ ଆଣି ରଖାଯାଇଥିଲା ।

୮୮ନଂ ଖାଦାନର ମାଲିକ ଅରବିନ୍ଦ ସାହୁଙ୍କ ଗଚ୍ଛିତ ରଖାଯାଇଥିବାରୁ ଉପ-ଜିଲ୍ଲାପାଳ, ସୋର, ତହସିଲଦାର ଅଶୋକ ଦାସ ମିଳିତ ଭାବେ ଚଢାଉ କରି ଡିନାମାଇଟ୍‌କୁ ଜବତ କରି ସୋର ଥାନାକୁ ହସ୍ତାନ୍ତର ହୋଇଛି । ଏବଂ ଅରବିନ୍ଦ ସାହୁଙ୍କ ନାଁରେ ମାମଲା ରୁଜୁ କରାଯାଇଛି । 

Leave A Reply

Your email address will not be published.