ଭୁବନେଶ୍ବର : କମୁଛି ପାରଦ ଆଉ ବଢୁଛି ଶୀତ । ରାଜ୍ୟରେ ଶୀତର କୋପ ଏବେ ତଳମୁହାଁ ହେବାରେ ଲାଗିଛି। ଆଜି୧୦ ଡିଗ୍ରୀ ତଳେ ରହିଛି ୩ଟି ସହର । ୭ ଡିଗ୍ରୀ ତାପମାତ୍ରା ସହ କୋରାପୁଟ ପାଲଟିଛି ସବୁଠୁ ଥଣ୍ଡା ସହର । ସେହିପରି ଦାରିଙ୍ଗବାଡ଼ି ରେ ୮.୫ ଡିଗ୍ରୀ ଓ ସିମିଳିଗୁଡ଼ାରରେ ୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। କଟକ ଓ ଭୁବନେଶ୍ୱରରେ ବି ରାତି ତାପମାତ୍ରା ବୃଦ୍ଧି ଘଟିଛି।
କଟକରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୬.୯ ଡିଗ୍ରୀ ରେକର୍ଡ କରାଯାଇଛି। ଏହାବାଦ ସୁନ୍ଦରଗଡ଼ ୧୧ , ରାଉରକେଲାରେ ୧୩.୮, କେନ୍ଦୁଝରରେ ୧୨.୨, ଭଦ୍ରକରେ ୧୭.୨, ଯାଜପୁରରେ ୧୭.୫, କେନ୍ଦ୍ରାପଡ଼ାରେ ୧୪.୮, ଜଗତସିଂହପୁର ତାପମାତ୍ରା ୧୫ ଡିଗ୍ରୀ ରେକର୍ଡ କରାଯାଇଛି।
Comments are closed.