ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବଢିବାରେ ଲାଗିଛି। ଯାହା ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଚିନ୍ତା ବଢାଇଛି। ଲୋକମାନେ ଘରେ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ପ୍ରଦୂଷଣ ବର୍ତ୍ତମାନ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି।
ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ଜଳବାୟୁ ଗୋଷ୍ଠୀ IQAir ର ବାୟୁ ଗୁଣବତ୍ତା ଏବଂ ପ୍ରଦୂଷଣ ସହର ଟ୍ରାକିଂ ସେବା ବିଶ୍ୱରେ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଭାରତରେ ତିନୋଟି ସ୍ଥାନ ସାମିଲ୍ ରହିଛି। ଏହି ତାଲିକାରେ ପାକିସ୍ତାନ ଏବଂ ଚୀନ୍ ଅଞ୍ଚଳର କିଛି ସ୍ଥାନ ମଧ୍ୟ ଅନ୍ତର୍ଭୁକ୍ତ।
୫୫୬ ବାୟୁ ଗୁଣବତ୍ତା ସହିତ ଦିଲ୍ଲୀ ଶୀର୍ଷରେ ରହିଛି। ଏହି ତାଲିକାରେ କୋଲକାତା ଚତୁର୍ଥ ସ୍ଥାନରେ ଏବଂ ମୁମ୍ବାଇ ଷଷ୍ଠ ସ୍ଥାନରେ ରହିଛି। ଖରାପ AQI ସୂଚକାଙ୍କ ଥିବା ସହରଗୁଡ଼ିକରେ ପାକିସ୍ତାନର ଲାହୋର ଏବଂ ଚାଇନାର ଚେଙ୍ଗଦୁ ଅନ୍ତର୍ଭୁକ୍ତ।
IQAir ଅନୁଯାୟୀ ସବୁଠାରୁ ଖରାପ ବାୟୁ ଗୁଣବତ୍ତା ସୂଚକ ଏବଂ ପ୍ରଦୂଷଣ ମାନ୍ୟତା ଥିବା ଦଶଟି ସହର ହେଉଛି ଦିଲ୍ଲୀ, ଭାରତ (AQI: 556), ଲାହୋର, ପାକିସ୍ଥାନ (AQI: 354), ୩. ସୋଫିଆ, ବୁଲଗେରିଆ (AQI: 178), କୋଲକାତା, ଭାରତ (AQI: 177), ଜାଗ୍ରେବ, କ୍ରୋଏସିଆ (AQI: 173), ମୁମ୍ବାଇ, ଭାରତ (AQI: 169), ବେଲଗ୍ରେଡ୍, ସର୍ବିଆ (AQI: 165), ଚେଙ୍ଗଡୁ, ଚୀନ୍ (AQI: 165), ସ୍କୋପେ, ଉତ୍ତର ମାକେଡୋନିଆ (AQI: 164), କ୍ରାକୋ, ପୋଲାଣ୍ଡ (AQI: 160)।
Comments are closed.