Latest Odisha News

BREAKING NEWS

ପେଟ୍ରୋଲ୍‌ ଦୁର୍ନୀତି ଅଭିଯୋଗରେ ୩ କନେଷ୍ଟବଳ ନିଲମ୍ବିତ

ସମ୍ବଲପୁର: ପୋଲିସ ବିଭାଗରେ ତେଲ ଦୁର୍ନିତି ଖବର ସାମ୍ନାକୁ ଆସିଛି । ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟବହାର ହୋଇଥିବା ଗାଡି ଗୁଡିକରେ ତେଲ ଭର୍ତି ନେଇ ଓଭର ବିଲିଂ କରାଯାଇଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସମ୍ବଲପୁର ଏପସି । ଓଭର ବିଲିଂ ଅଭିଯୋଗରେ ୩ ଜଣ କନେଷ୍ଟବଳ ନିଲମ୍ବିତ ହୋଇଛନ୍ତି ।

ଗାଡିରେ ତେଲ ପକାଇବା ବେଳେ ଓଭର ବିଲିଂ ହୋଇଥିଲା । ତଦନ୍ତ ପରେ ସମ୍ବଲପୁର ଏପସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିଲମ୍ବିତ ହୋଇଥିବା ୩ ଜଣ କନେଷ୍ଟବଳ ହେଲେ ସୀମାଞ୍ଚଳ ସେଠୀ , ଅଜିତ ଧଳ ଓ ରଞ୍ଜିତ ସ୍ୱାଇଁ । ତଦନ୍ତ ବେଳେ ୧୬ ଟି ବସରେ ତେଲର ପରିମାଣ ଓ ଦୂରତା ମେଳ ଖାଉନଥିଲା ବୋଲି ତଦନ୍ତ କରୁଥିବା ଡିଏସପି ଯୋଗେଶ୍ୱର ଓରାମ ସୂଚନା ଦେଇଛନ୍ତି ।

ଏ ବାବଦରେ ୩୦ ଲକ୍ଷ ଟଙ୍କାର ବିଲିଂ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ପ୍ରାୟ ୮ ଲକ୍ଷ ଟଙ୍କା ପାଖାପାଖି ହେବ ହେରଫେର ହୋଇଥିବା ଜଣାପଡିଛି । ଏନେଇ ସୂଚନା ମିଳିବା ପରେ ପୋଲିସ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ତଦନ୍ତ ବେଳେ ଗୋଟିଏ ଗାଡିରେ ୩୦ରୁ ୪୦ ଲିଟର ତେଲ ହେରଫେର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏନେଇ ରିଜର୍ଭ ପୋଲିସ ଅଧିନରେ ୩ ଜଣ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । କାହା ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ବିଲିଂ କରାଯାଇଥିଲା ସେନେଇ ଛାନଭିନ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.