Latest Odisha News

BREAKING NEWS

[ଭିଡିଓ] କାଇଁଚ ଘାସରୁ ପ୍ରସ୍ତୁତ ସାମଗ୍ରୀ ପାଲଟିଛି ରୋଜଗାରର ମାଧ୍ୟମ

କେନ୍ଦ୍ରାପଡ଼ା : କାଇଁଚ ଘାସରୁ ତିଆରି ହେଉଛି ଭଳିକି ଭଳି ଆକର୍ଷଣୀୟ ଘରୋଇ ଉପକରଣ । ବିଭିନ୍ନ ଡିଜାଇନର ବ୍ୟାଗ୍ , ଚାଙ୍ଗୁଡି, ଡୋରସ୍କିନ୍, ପେନ ଷ୍ଟାଣ୍ଡ,ଫୁଲ ଷ୍ଟାଣ୍ଡ, ଗାଲିଚା ,ଆସନ ଭଳି କେତେ ରକମର ସାଜ ସଜା ସାମଗ୍ରୀ । ପ୍ରାୟ ଶହେରୁ ଅଧିକ ପ୍ରକାରର ସାମଗ୍ରୀ ତିଆରି କରୁଛନ୍ତି ମହିଳାମାନେ ।ଏ ସବୁକୁ ଦେଖିଲେ କିଣିବାକୁ ଇଚ୍ଛା ହେବ ନିଶ୍ଚୟ । ଏଗୁଡିକୁ ତିଆରି କରୁଛନ୍ତି କେନ୍ଦ୍ରାପଡା ଜିଲ୍ଲା କପାଳେଶ୍ୱର ପଞ୍ଚାୟତର ଜଝାଙ୍ଗ ଗାଁର ଉଦ୍ୟୋଗୀ ମହିଳାମାନେ ।

କେନ୍ଦ୍ରାପଡା ଜିଲ୍ଲା ପାଇଁ ଉଦାହରଣ ପାଲଟିଛନ୍ତି ଏହି ମହିଳାମାନେ । ପ୍ରାୟ ୨୦ ଜଣ ମହିଳା କାଇଁଚ ଘାସରେ ପ୍ରସ୍ତୁତ ଏସବୁ ଉପକରଣକୁ ନାବାର୍ଡ , ମିଶନ ଶକ୍ତି ସହାୟତାରେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରୁଛନ୍ତି । କିଛି ଘଣ୍ଟା ପରିଶ୍ରମ କରି କାଇଁଚ ଘାସକୁ କରିପାରିଛନ୍ତି ଆତ୍ମନିର୍ଭର ଏକ ମାଧ୍ୟମ ।ମହିଳା ମାନେ ପ୍ରଶିକ୍ଷଣ ନେଇ ଏହି ସୁନ୍ଦର ସାମଗ୍ରୀ ସବୁ ତିଆରି କରୁଛନ୍ତି । ମହିଳାଙ୍କ ଆଗ୍ରହକୁ ଦେଖି ଜିଲ୍ଲା ତାଲିମ କେନ୍ଦ୍ର ପକ୍ଷରୁ ସମସ୍ତ ସହାୟତା ମଧ୍ୟ ଯୋଗେଇ ଦିଆଯାଉଛି ।

କପାଳେଶ୍ୱର ପଞ୍ଚାୟତର ଗରୁଆଳ ଗାଁରେ ଥିବା କାଇଁଚ ବିଦ୍ୟାଳୟଟି ସରକାରୀଙ୍କ ଅଧିନରେ ରହିଛି । ବର୍ତ୍ତମାନ ସେଠାରେ ୨୦ ଜଣ ତାଲିମ ନେଉଛନ୍ତି । ଏହି ମହିଳାମାନେ ନଇପଠା, ପାଟୁଆଳୁଆ ଜମିରେ କାଇଁଚ ଚାଷ କରିଛନ୍ତି ।ଏହି ମହିଳା ମାନଙ୍କୁ ସମସ୍ତ ପ୍ରକାର ସହୟତା କରୁଛନ୍ତି କୃଷିବିଜ୍ଞାନ କେନ୍ଦ୍ର ।ଏହି ସବୁ ପ୍ରସ୍ତୁତି ପ୍ରଣାଳି ହେଲା ମହିଳା ମାନେ କାଇଁଚ ଗୁିଡକ ହେବା ପରେ ସେଗୁଡିକ କାଟି ଶୁଖାଇ ଦେଇଥାନ୍ତି ।

ସାଧାରଣତଃ କାଇଁଚ ଗୁଡିକ ଶୁଖିଯିବା ପରେ ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଦେଇ ସେଥିରୁ ତିଆରି ହୁଏ ଏହି ସୁନ୍ଦର ସୁନ୍ଦର ଘର ସଜ୍ଜା ଜିନିଷ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମାସରେ ଏକ ହଜାର ଟଙ୍କା ଲେଖାଏଁ ଷ୍ଟାଇପେନ ଦିଆଯାଉଛି ମହିଳା ମାନଙ୍କୁ ।ତାହାକୁ ଆଉ ବୃଦ୍ଧି କରିବା ସହ ଏକ ଘର ଯୋଗାଇ ଦେବାପାଇଁ ପାଇଁ ମହିଳା ଉଦ୍ୟୋଗୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.