ବ୍ରହ୍ମପୁର: କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପୀକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । ପୂର୍ବରୁ କଟକର ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ଗଞ୍ଜାମରୁ ଆଉ ୩ ସୁସ୍ଥ ହୋଇଛନ୍ତି।
ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟାଟା ହସ୍ପିଟାଲରେ ଚିକିତ୍ସାରତ ଏହି କରୋନା ରୋଗୀଙ୍କୁ ପ୍ଲାଜମା ଦିଆଯାଇଥିବା ବେଳେ ସେମାନେ ଆରୋଗ୍ୟ ଲାଭ କରିଛନ୍ତି । ଆମେ ଡାକ୍ତର ମାନଙ୍କ ସେବାକୁ ପ୍ରଶଂସା କରୁଛୁ ବୋଲି ଜିଲ୍ଲାପାଳ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
ଏହାଛଡା ଉକ୍ତ କରୋନା ଆରୋଗ୍ୟ ବ୍ୟକ୍ତି ମାନେ ପ୍ଲାଜମା ଦାନ କରିବା ଲାଗି ଆଗେଇ ଆସିବା ପାଇଁ ଜିଲ୍ଲାପାଳ ନିବେଦନ ମଧ୍ୟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ଓ କିମ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି କରାଯାଉଥିବା ବେଳେ କଟକର ଅଶ୍ୱିନୀ ହସ୍ପିଟାଲ ଏବଂ ଗଞ୍ଜାମ ଟାଟା ହସ୍ପିଟାଲରେ ମଧ୍ୟ ଏହି ବ୍ୟବସ୍ଥା ରହିଛି।
Comments are closed.