Latest Odisha News

BREAKING NEWS

ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୮୫୦କେଜି ଜବତ, ୫ ଗିରଫ

କୋରାପୁଟ: ଟ୍ରାକ୍ଟରରେ ଥିଲା ଟ୍ୟାଙ୍କର ଆଉ ଟ୍ୟାଙ୍କର ଭିତରେ ଥିଲା ଗଂଜେଇ । ବେଆଇନ୍ ଭାବେ ଟ୍ୟାଙ୍କରରେ ଗଂଜେଇ ଚାଲାଣ ବେଳେ ଏସଟିଏଫ୍ ହାତରେ ଧରାପଡିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପିତାଗୁଡାରେ ବେଆଇନ୍ ଗଂଜେଇ ଚାଲାଣ କରାଯାଉଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା । ପରେ ଏସଟିଏଫି ଚଢାଉ କରି ଟ୍ୟାଙ୍କର ମଧ୍ୟରୁ ୮୫୦ କେଜି ଗଂଜେଇ ଜବତ କରିଛି ।

ବେଆଇନ ଗଂଜେଇ ଚାଲାଣ କରୁଥିବା ଅଭିଯୋଗରେ ଏସଟିଏଫ୍ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୩ ଜଣ ଉତ୍ତର ପ୍ରଦେଶର ଏବଂ ଅନ୍ୟ ଦୁଇ ଜଣ ସ୍ଥାନୀୟ ଯୁବକ । ଏସଟିଏଫ୍ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୭ ହଜାର ଟଙ୍କା ଏବଂ ଟ୍ରାକ୍ଟର ଜବତ କରିଛି । ଏନେଇ ନନ୍ଦପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.