Latest Odisha News

ଦେଶରେ ଟ୍ରାଏଲ୍ ଫେଜ୍‌ରେ ରହିଛି ୩ଟି ଟିକା: ICMR

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ରୁତ ଗତିରେ ମାଡି ଚାଲିଛି । ମହାମାରୀକୁ ଲାଗୁନି ବ୍ରେକ । ମହାମାରୀର ସମୂଳେ ଧ୍ୱଂସ ପାଇଁ କେବେ ଟିକା ଆସିବା ତାକୁ ନେଇ ପୁରା ଦେଶ ଚାହିଁ ବସିଛି । ଏହାରି ଭାରତରେ ଏବେ ୩ଟି ଟିକା କ୍ଲିନିକାଲ ଟ୍ରାଏଲ୍‌ରେ ଫେଜ୍‌ରେ ରହିଛି । ଏନେଇ ଆଜି ସୂଚନା ଦେଇଛନ୍ତି ଆଇସିଏମ୍‌ଆର୍ ଡିଜି ବଳରାମ ଭାର୍ଗଭ ।

ସେ କହିଛନ୍ତି, ଏବେ ତିନିଟି କୋଭିଡ୍‌-୧୯ ପ୍ରତିଷେଧକ ଟିକା ଭାରତରେ କ୍ଲିନିକାଲ ଟ୍ରାଏଲ ପର୍ଯ୍ୟାୟରେ ରହିଛି। କ୍ୟାଡିଲା ଏବଂ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଟିକା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସମାପ୍ତ କରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ସାରିଛି। ଏବଂ କ୍ଲିୟରାନ୍‌ସ ପରେ ଦେଶର ୧୪ ଟି ସ୍ଥାନରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବ।

ଏହାବାଦ୍‌ ଚାରିଟିରୁ ଅଧିକ କୋଭିଡ୍‌-୧୯ ପ୍ରତିଷେଧକ ଟିକା ଉନ୍ନତ ପ୍ରି-କ୍ଲିନିକାଲ୍‌ ବିକାଶ ପର୍ଯ୍ୟାୟରେ ରହିଥିବା ସେ ସୂଚନା ଦେଇଛନ୍ତି। ତେବେ, ନିର୍ଦ୍ଧିଷ୍ଟ ଭାବେ କୋଭିଡ୍‌-୧୯ ଟିକା କେବେ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହୋଇପାରିବ ସେ ସଂପର୍କରେ କିଛି କହିନାହାନ୍ତି ଆଇସିଏମ୍‌ଆର୍ ଡିଜି ।

Comments are closed.