Latest Odisha News

BREAKING NEWS

ପାକିସ୍ତାନ ଭୁଲ ମ୍ୟାପ ଦେଖାଇବାରୁ ଭାରତ ଏସସିଓ ବୈଠକ ପରିତ୍ୟାଗ କଲା

ସାଂଘାଇ: ସାଂଘାଇ କୋଅପେରଶନ ଅର୍ଗାନାଇଜେଶନ (ଏସସିଓ)ର ନ୍ୟାଶନାଲ ସିକ୍ୟୁରିଟି ଆଡଭାଇଜର୍ସ (ଏନଏସଏ)ସ୍ତରୀୟ ବୈଠକରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ଏହି ଭର୍ଚୁଆଲ ବୈଠକରେ ପାକିସ୍ତାନ ପ୍ରକୃତ ମ୍ୟାପ ନ ଦେଖାଇବାରୁ ଭାରତ ଏନଏସଏ ମୁଖ୍ୟ ଅଜିତ ଡୋଭାଲ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପରେ ସେ ବୈଠକ ପରିତ୍ୟାଗ କରିଥିଲେ ।

ରୁଷ ଦ୍ୱାରା ଆୟୋଜିତ ଏହି ବୈଠକରେ ପାକିସ୍ତାନ ଜାଣିଣୁଣି ବିବାଦୀୟ ମ୍ୟାପ ଦେଖାଇଥିଲା । ଭାରତ ଆୟୋଜକଙ୍କ ସହ ପରାମର୍ଶ କରିବା ପରେ ଉପରୋକ୍ତ ନିଷ୍ପତି ନେଇଥିଲା । ଏହି ମ୍ୟାପରେ ପାକିସ୍ତାନ ଜମ୍ମୁ-କଶ୍ମୀର, ଲଦାଖ ଓ ଗୁଜରାଟର କିଛି ଅଂଶ ପ୍ରଦର୍ଶିତ କରିଥିଲା ।

Leave A Reply

Your email address will not be published.