Latest Odisha News

BREAKING NEWS

କମୁଛି ଦୈନିକ ଡେଥ୍ କେସ୍: ରାଜ୍ୟରେ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୩ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଦୁଇ ଜଣ ପୁରୁଷ ଓ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ଜଗତସିଂହପୁର ଜିଲ୍ଲାରୁ ଜଣେ ୮୨ବର୍ଷୀୟ କରୋନା ସଂକ୍ରମିତ ବୃଦ୍ଧ ପ୍ରାଣ ହରାଇଛନ୍ତି ।

ସେହିପରି ପୁରୀ ଜିଲ୍ଲାରେ ଜଣେ ୭୮ବର୍ଷୀୟ ମହିଳା ଆଖି ବୁଜିଛନ୍ତି । ନୂଆପଡ଼ାରେ ଜଣେ ୭୫ବର୍ଷୀୟ ବୃଦ୍ଧଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୮ଶହ ୩୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.