Latest Odisha News

BREAKING NEWS

ମହାମାରୀ ରାଜ୍ୟରୁ ନେଲା ଆଉ ୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ଘଣ୍ଟାରେ ସାରା ରାଜ୍ୟରେ ଆଉ ୩ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ପୁରୁଷ ଓ ଜଣେ ମହିଳା । କଳାହାଣ୍ଡି ଜିଲ୍ଲାରେ ଜଣେ ୨୦ବର୍ଷୀ ଯୁବତୀ କରୋନାରେ ଆଖି ବୁଜିଛନ୍ତି । ସେ ହେପାଟାଇଟିସ୍ ରୋଗରେ ଆକ୍ରାନ୍ତ ଥିଲେ ।

ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୪୩ବର୍ଷୀୟ ଓ ଜଣେ ୪୫ ବର୍ଷୀୟ ଯୁବକଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ହଜାର ୮୩୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.