Latest Odisha News

ଦ୍ୱିତୀୟ ଥର ପାଇଁ ପିତା ହେଲେ ଅଭିନେତା କରଣବୀର୍‌

ନୂଆଦିଲ୍ଲୀ: ଜଣାଶୁଣା ଟେଲିଭିଜନ୍‌ ଅଭିନେତା କରଣବୀର ବୋହ୍‌ରା ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ଟିଜେ ସିଦ୍ଧୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। କରଣ ଦ୍ୱିତୀୟ ଥର ପାଇଁ କନ୍ୟା ସନ୍ତାନର ପିତା ହୋଇଛନ୍ତି କରଣ। କରଣଙ୍କର ପୂର୍ବରୁ ଦୁଇଟି ଯାଆଁଳା ଝିଅ ଅଛନ୍ତି। ଦ୍ୱିତୀୟ ଥର ପାଇଁ ପିତା ହେବା ବିଷୟରେ କରଣ ନିଜ‌େ ସୂଚନା ଦେଇଛନ୍ତି।

କରଣବୀର କହିଛନ୍ତି, ଆମ ଘରେ ପୁଣି ଗୋଟିଏ ଝିଅ ଜନ୍ମ ହୋଇଛି। ଆମେ ପୂର୍ବରୁ ସ୍ଥିର କରିସାରିଛୁ ଯେ ଯଦି ଆମର ଝିଅ ହେଉ ଅବା ପୁଅ ଆମେ ତାକୁ ସମାନ ଭାବରେ ସ୍ୱାଗତ କରିବୁ। ଯଦି ଗୋଟିଏ ପୁଅ ହୋଇଥାଆନ୍ତା, ତେବେ ଆମ ପରିବାରରେ ଲକ୍ଷ୍ମୀ, ସରସ୍ୱତୀ ଏବଂ ଗଣେଶ ଥାଆନ୍ତେ। ବର୍ତ୍ତମାନ ଯେହେତୁ ଝିଅ ହୋଇଛି ତେଣୁ ଆମ ଘରେ ଲକ୍ଷ୍ମୀ, ସରସ୍ୱତୀ ଏବଂ ପାର୍ବତୀ ଅଛନ୍ତି। ମୁଁ ନିଜକୁ ସବୁଠାରୁ ଭାଗ୍ୟବାନ ମନେ କରେ। ଓମ୍ ନମଃ ଶିବାୟ ‘

କରଣ ନିଜ ଇନଷ୍ଟାଗ୍ରାମରେ ତିନି ଝିଅଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ଖୁସି ଦେଖାଯାଉଛନ୍ତି। ଭିଡିଓ ସେୟାର କରିବା ସହିତ କରଣ ଲେଖିଛନ୍ତି, ‘ମୁଁ ବର୍ତ୍ତମାନ ମଧ୍ୟ ମୋ ଭିତରେ ଚାଲିଥିବା ଖୁସିକୁ କଳ୍ପନା କରିପାରୁ ନାହିଁ। ମୁଁ ଆଜି ତିନି ଝିଅଙ୍କର ପିତା ହୋଇସାରିଛି। ଜୀବନରେ ଏହାଠାରୁ ଭଲ ଖୁସି ଆଉ କିଛି ନାହିଁ।

Leave A Reply

Your email address will not be published.