Latest Odisha News

BREAKING NEWS

ଜଳଛତ୍ରରେ କୀଟନାଶକ ବିଷ ମିଶାଇଦେଲେ ଦୁର୍ବୃତ୍ତ , ୩ ଗୁରୁତର, ପୋଲିସର ଛାନଭିନ ଜାରି

ମାଲାକାନଗିର : ମାଲାକାନଗିରି ଜିଲ୍ଲାରେ ଅଘଟଣ । ଜଳଛତ୍ରର ବିଶାକ୍ତ ପାଣି ପିଇ ୩ ଜଣ ଗୁରୁତର ହୋଇପଡିଛନ୍ତି । ବିଷି ମିଶା ପାଣି ପିଇ ଦୁଇ ପୁଅ ଓ ଜଣେ ଝିଅ ଗୁରୁତର ହୋଇପଡିଛନ୍ତି । ପିଲାମାନେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମାଲକାନଗିରି ମେଡିକାଲରେ ଭର୍ତି କରାଯାଇଛି । ମାଲକାନଗିରି କାଲିମେଳା ଏମଭି ୭୯ ଥାନା ଗାଁରେ ଏପରି ଅଘଟଣ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ଏମ ୭୯ ଗ୍ରାମ ମୁଖ୍ୟ ଛକରେ ଗ୍ରାମବାସୀ ଓ ପଞ୍ଚାୟତ ଉଦ୍ୟମରେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା ।  ଜଳଛତ୍ର ରେ ପାଣି ଭର୍ତି କରିବା ନେଇ ଗାଁର ରାଣୀ ମଣ୍ଡଳ ନାମକ ଜଣେ ମହିଳାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ମହିଳା ଜଣକ ପ୍ରତ୍ୟେକ ଦିନ ଭଳି ପାଣି ରଖିଥିଲେ ।ଦିନ ୩ଟା ପାଖାପାଖି ସମୟର ହେବ ଘରୁ ବାହାରି କୁଆଡେ ଚାଲିଯାଇଥିଲେ ।

ପରେ ଏହି ଜଳ ଛତ୍ରରୁ ଜଣେ ଛାତ୍ରୀ ଓ ଦୁଇ ଜଣ ଛାତ୍ର ପାଣି ପାଇଥିଲେ । ହେଲେ ପରେ ତିନି ଜଣ ଯାକ ଅସୁସ୍ଥ ହୋଇପଡିଥିଲେ । ହେଲେ ଗାଁ ଲୋକ ପରେ ଯାଞ୍ଚ କରିବାରୁ ବିଷ ମିଶିିଥିବା ଜଣାପଡିଥିଲା । ଚାଷରେ ବ୍ୟବହୃତ କୀଟନାଷକ ପାଣିରେ ମିଶାଯାଇଥିଲା । ପରେ ଗ୍ରାମବାସୀ ପୋଲିସକୁ ଜଣାଇଥିଲେ ।ଏଭଳି ଜଘଣ୍ୟ କାମ କିଏ କରିଛି ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ପୋଲିସ ପହଁଞ୍ଚି ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.